ଭାରତରେ ଲଞ୍ଚ ହେଲା ଦୁନିଆର ପ୍ରଥମ ନାଜାଲ କୋଭିଡ୍ ଭ୍ୟାକ୍ସିନ୍ । କିଏ ନେଇପାରିବେ ଏହି ଟିକା? ଏହାର ଦାମ୍ କେତେ?

136

କନକ ବ୍ୟୁରୋ: ଦୁନିଆଁର ନାଜାଲ ଭ୍ୟାକ୍ସିନ୍ iNCOVAC ଭାରତରେ ଲଞ୍ଚ ହୋଇଛି । ଏହାକୁ ଭାରତ ବାୟୋଟିକ୍ -ୱାଶିଂଟନ୍ ୟୁନିଭର୍ସିଟିର ସହଯୋଗରେ ପ୍ରସ୍ତୁତ କରିଛି । ପ୍ରଥମେ ଏହି ଭ୍ୟାକ୍ସିନ୍ ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ ।

ତେବେ ଏହାର ମୂଲ୍ୟ କେତେ? ଏହାକୁ କେଉଁମାନେ ନେଇପାରିବେ ସେନେଇ ଜାଣନ୍ତୁ । ଭାରତ ବାୟୋଟିକ୍ସ ନାଜାଲ ଭ୍ୟାକ୍ସିନକୁ ୨୦୨୨ ସେପ୍ଟମ୍ବର ୬ ତାରିଖରେ ଭାରତ ସରକାର ଆପାତକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇସାରିଥିଲେ । ତେବେ ଏଯାଏଁ ବି ଏହାକୁ ବ୍ୟବହାର କରାଯାଇନାହିଁ । ଏହି ଭ୍ୟାକ୍ସିନ୍ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଦିଆଯିବ । ଆବଶ୍ୟକ ସ୍ଥଳେ ୧୨ ବର୍ଷରୁ ୧୮ ବର୍ଷ ମଧ୍ୟରେ ଥିବା କିଶୋରଙ୍କୁ ମଧ୍ୟ ଏହା ଦିଆଯାଇପାରିବ ।