ନେଦରଲାଣ୍ଡରେ ‘ୱାର୍କ ଫ୍ରମ୍ ହୋମ୍’ ଅଧିକାର! ‘ୱାର୍କ ଫ୍ରମ୍ ହୋମ୍’ ପାଇଁ ତିଆରି ହେବ ଆଇନ।

79

କନକ ବ୍ୟୁରୋ: କରୋନା ମହାମାରୀ ସମୟରେ ଲକଡାଉନ ବେଳେ କାମ କରିବାର ନୂଆ ମାଧ୍ୟମ ଆରମ୍ଭ ହୋଇଥିଲା ସାରା ବିଶ୍ୱରେ । ୱାର୍କ ଫ୍ରମ୍ ହୋମ୍ ବା ଘରୁ ରହି ଅଫିସ କାମ କରିବା । ଯେତେବେଳେ ଏହା ଆରମ୍ଭ ହେଲା ଅନେକ ଚ୍ୟାଲେଞ୍ଜର ସାମ୍ନାକରିବାକୁ ପଡିଥିଲା । ତେବେ ଶୀଘ୍ର ଏହାକୁ ଲୋକେ ଗ୍ରହଣ କରିନେଇଥିଲେ । ଲୋକେ ଏହାକୁ ବେସ ପସନ୍ଦ କରିଥିଲେ । କମ୍ପାନୀ ମାନେ ମଧ୍ୟ ଏହାକୁ ଲାଗୁ କରିଥିଲେ । ତେବେ କରୋନା ସ୍ଥିତି ସାମନ୍ୟ ସୁଧୁରିଥିଲେ ବି ଲୋକେ ଏହାକୁ ବେସି ପସନ୍ଦ କରୁଛନ୍ତି ।

ତେବେ ସବୁଠାରୁ ବଡ କଥା ନେଦରଲାଣ୍ଡରେ ଏହାକୁ ଆଇନର ପରିସର ଭିତରକୁ ଆଣିବା ପାଇଁ ସଂସଦ ପ୍ରସ୍ତାବ ଦେଇଛି । କର୍ମଚାରୀଙ୍କ ଅଧିକାର ଭାବେ ଏହାକୁ ଆଇନରେ ପରିଣତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାର ଅର୍ଥ ବର୍ତ୍ତମାନ ନେଦରଲାଣ୍ଡରେ ଲୋକଙ୍କୁ ଘରେ ରହି କାମ କରିବାର ଅଧିକାର ମିଳିବ! ଏହାକୁ ଡଚ୍ ସଂସଦ ମଞ୍ଜୁରୀ ଦେଇସାରିଛି । ନିକଟରେ କେବଳ ଡଚ୍ ସିନେଟର ମଞ୍ଜୁରୀକୁ ଅପେକ୍ଷା ରହିଛି ।

ନେଦରଲାଣ୍ଡରେ ୨୦୧୫ରେ ଫ୍ଲେକସିବୁଲ ୱାର୍କଂ ଆକ୍ଟ ଲାଗୁ ହୋଇଥିଲା । ଏହା ଦ୍ୱାରା କର୍ମଚାରୀଙ୍କୁ କାମ କରିବାର ସମୟ, କାମ କରିବାରେ ପରିବର୍ତ୍ତନ, କାମ କରିବାର ସ୍ଥାନ ପରିବର୍ତ୍ତନର ଅଧିକାର ମିଳିଥିଲା । ଆଉ ବର୍ତ୍ତମାନ ୱାର୍କ ଫ୍ରମ୍ ହୋମ୍ ଅଧିକାର ୨୦୧୫ର ଏହି ଅଧିକାର ବିସ୍ତାରିତ ରୂପ ବୋଲି କୁହାଯାଉଛି । ଏହା ଲାଗୁ ହେବା ପରେ କର୍ମଚାରୀଙ୍କ ଘରୁ ରହି ୱାର୍କ ଫ୍ରମ୍ ହୋମର ଆବେଦନକୁ ଖାରଜ କରିପାରିବେ ନାହିଁ । କମ୍ପାନୀକୁ ଆବେଦନ ଗ୍ରହଣ ନକରିବାର କାରଣ ବି ଦର୍ଶାଇବାକୁ ପଡିବ । ବିଶେଷଜ୍ଞଙ୍କ କହିବା କଥା ଏହା ଲାଗୁ ହେବା ପରେ କର୍ମଚାରୀଙ୍କ ଯିବା ଆସିବାରେ ଯେଉଁ ସମୟ ଅପଚୟ ହେଉଛି ତାହା ବଞ୍ଚିଯିବ । ଏହା ସହ କାମ ମଧ୍ୟ ଅତି ସହଜ ଆଉ ସୁରୁଖୁରୁରେ ହୋଇପାରିବ ।