ଟ୍ରେନ୍ ଭିତରେ ଜଣେ ଯାତ୍ରୀଙ୍କୁ ଛୁରି ମାରିଲେ ଅନ୍ୟ ଜଣେ ଯାତ୍ରୀ । ଛୁରା ଆକ୍ରମଣରେ ଯାତ୍ରୀଙ୍କ ମୃତ୍ୟୁ ।

266

କନକ ବ୍ୟୁରୋ: ଚେନ୍ନାଇ-ହାୱଡା ମେଲ ଟ୍ରେନରେ ଅଘଟଣ । ଦୁଇ ଯାତ୍ରୀଙ୍କ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ହେବା ସହିତ ପରେ ଏହି ଗଣ୍ଡଗୋଳ ହତ୍ୟାର ରୂପ ନେଇଛି । ଜଣେ ଯାତ୍ରୀଙ୍କ ଛୁରା ଆକ୍ରମଣରେ ଅନ୍ୟ ଜଣେ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ମୃତକ ଜଣକ ହେଲେ ପ୍ରଶ୍ନନଜିତ ଗରାଇ । ଗଞ୍ଜାମ ଷ୍ଟେସନ ନିକଟରେ ତାଙ୍କୁ ଉଦ୍ଧାର କରି ଆରପିଏଫ ଛତ୍ରପୁର ମେଡିକାଲ ଆଣିଥିଲେ । ହେଲେ ସେ ମୃତ୍ୟୁବରଣ କରିଥିବା ଡାକ୍ତର ସୂଚନା ଦେଇଥିଲେ । ଅଭିଯୁକ୍ତ ରାଜୀବ ଗରାଇଙ୍କୁ ଗଞ୍ଜାମ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ଜ୍ଝ ମୃତକଙ୍କ ଘର ପଶ୍ଚିମବଙ୍ଗର ବାହାଦୁରପୁର ବୋଲି ଜଣାପଡିଛି ।