ଜନ୍ମଦିନରେ ମୃତ୍ୟୁ ଉପହାର: ସ୍ୱାମୀଙ୍କ ସହ କ୍ରୁଜରେ ସେଲିବ୍ରେଟ୍ କରୁଥିବାବେଳେ ସମୁଦ୍ରରେ ଖସିପଡି ଗଲା ଜୀବନ, ମନ୍ତ୍ରୀ ଜୟଶଙ୍କରଙ୍କୁ ସାହାଯ୍ୟ ମାଗିଲେ ପୁଅ

1,061

କନକ ବ୍ୟୁରୋ: ଜନ୍ମଦିନ ପାଳିବାକୁ ଯାଇ ମିଳିଲା ମୃତ୍ୟୁ । ଏଭି ଘଟଣା ଘଟିଛି ସମୁଦ୍ର ମଝିରେ । ଏକ ବଡ ହୋଟେଲ ମାଲିକଙ୍କ ସ୍ତ୍ରୀଙ୍କର ରହସ୍ୟଜନକ ଭାବେ ଜାହାଜରେ ମୃତୁୃ୍ୟ ହୋଇଛି । ମହିଳାଜଣକ ତାଙ୍କ ସ୍ୱାମୀଙ୍କ ସହ ଜନ୍ମଦିନ ପାଳିବାକୁ କ୍ରୁଜ୍ ଟ୍ରିିପରେ ଯାଇଥିଲେ । ହେଲେ ସେହିଦିନ ରାତିରେ କ୍ରୁଜରୁ ସମୁଦ୍ରକୁ ଖସିପଡି ତାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଏହା ମୃତ୍ୟୁ ନା ଆତ୍ମହତ୍ୟା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଘଟଣା ସିଙ୍ଗାପୁରର ଏବଂ ମହିଳା ଇନ୍ଦୌର ହୋଟେଲ ବ୍ୟବସାୟୀ ଜାକେଶ ସାହାଣୀଙ୍କ ପତ୍ନୀ ରାତା ସାହାଣୀ । ଦମ୍ପତ୍ତି ଜୁଲାଇ ୨୭ ତାରିଖରେ ରୟାଲ କ୍ୟାରିବିଅନ୍ ‘ସ୍ପେକ୍ଟ୍ରମ ଅଫ୍ ଦ ସିଜ୍’ କ୍ରୁଜରେ ସିଙ୍ଗାପୁରରୁ ବାହାରିଲେ । ଏହି ଟ୍ରିପ୍ ଫୁକେଟ୍ ହୋଇ ପେନାଙ୍ଗ ଯାଏଁ ଥିଲା । ଦୁହେଁ ମିଶିଇ ଜୁଲାଇ ୩୦ ତାରିଖରେ ରାତ୍ରି ଭୋଜନ କରିବା ପରେ ଶୋଇବାକୁ ଚାଲିଗଲେ । ହେଲେ ସକାଳୁ ପତ୍ନୀଙ୍କୁ ପାଇନଥିଲେ ଜାକେଶ ସାହାଣୀ । କ୍ରୁଜ୍ ମେମ୍ବର୍ସଙ୍କ ସହ ଅନେକ ଖୋଜାଖୋଜି କରିବା ପରେ ତାଙ୍କ ପୁଅଙ୍କୁ ରାତାଙ୍କ ମୃତ୍ୟୁ ଖବର ମିଳିଥିଲା । ବିଳମ୍ବିତ ରାତିରେ ରାତା କ୍ରୁଜରୁ ସୁମଦ୍ରକୁ ଡେଇଁପଡୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ।

ହେଲେ ଏହାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ରୀତାଙ୍କ ପୁଅ ଓ ସମ୍ପର୍କୀୟ । କାରଣ ତାଙ୍କ ଜୀବନରେ ସେଭଳି କୌଣସି ସମସ୍ୟା ନଥିଲା, ଯାହା ଫଳରେ ସେ ଆତ୍ମହତ୍ୟା ଭଳି ଚରମ ପନ୍ଥା ନେବେ । ଏବେ ପୁଲିସ ରାତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚାରାଉଚୁରା କରୁଥିବାବେଳେ ରାତାଙ୍କ ମୃତଦେହକୁ ଉଦ୍ଧାର କରିବାକୁ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସହ ଯୋଗାଯୋଗ କରିଛନ୍ତି ମୃତ ରୀତାଙ୍କ ପୁଅ ।