କୁନି କାନ୍ଧରେ ପରିବାର ବୋଝ, ୧୨ ବର୍ଷ ବୟସରେ ଦିବ୍ୟାଙ୍ଗ ବାପାଙ୍କ ପାଇଁ ରୋଷେଇ କରୁଛି ଝାରସୁଗୁଡାର ଶୁଭମ୍ ଯାଦବ।

87

କନକ ବ୍ୟୁରୋ: ପାଠପଢା ଉପରେ ଭାରି ପଡୁଛି ପରିବାରର ବୋଝ । ୧୨ ବର୍ଷର ପୁଅ ମୁଣ୍ଡରେ ରହିଛି ପରିବାର ବୋଝ । ଯେଉଁ ସମୟରେ ସାଙ୍ଗମାନଙ୍କ ସହିତ ଖେଳକୁଦ କରିବା କଥା ସେହି ସମୟରେ ସେ ପରିବାର ଚଳାଉଛି । ଦିବ୍ୟାଙ୍ଗ ବାପାଙ୍କ ଦାୟିତ୍ୱ ନେବା ସହିତ ଚା’ ବିକ୍ରି କରୁଛି କୁନିପୁଅ । ଏହି ବାଳକ ଜଣ ହେଉଛନ୍ତି ଝାରସୁଗୁଡାର ଶୁଭମ ଯାଦବ । ଛୋଟ ବେଳୁ ଶୁଭମଙ୍କ ମାଆ ଆରପାରିକୁ ଚାଲିଯାଇଥିବା ବେଳେ ବାପା ଦିବ୍ୟାଙ୍ଗ । ଏଭଳି ସ୍ଥିିତିରେ ବାପାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଶୁଭମ । ଗ୍ୟାସ୍ ଲଗାଇ ରୋଷେଇ କରିବା ସହ ବାପାଙ୍କ ଠେଲା ଗାଡିରେ ଆସି ଝାରସୁଗୁଡା ଷ୍ଟେସନ ପାଖରେ ଚା’ ଷ୍ଟଲ ଖୋଲୁଛି । ଝାରସୁଗୁଡା ସ୍ଥିତ ଡିସ୍କୋ ମାର୍କେଟରେ ଚା’ ଦୋକାନ ଦେଉଛନ୍ତି ଶୁଭମ୍ ଯାଦବ ଓ ତାଙ୍କ ବାପା । ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ବାପା-ପୁଅଙ୍କ ପେଟ ପୁରୁଛି । ତେଣୁ ପ୍ରତିଦିନ ଘର କାମ ସାରି ଶୁଭମ ବାପାଙ୍କ ସହିତ ଷ୍ଟେଷନକୁ ଯାଇଥାଏ । ସେଠାରେ ବାପା ଚା’ ପ୍ରସ୍ତୁତ କରନ୍ତି ଆଉ ଶୁଭମ୍ ଗ୍ରାହକଙ୍କ ହାତକୁ ଚା’ ବଢାଇ ଦେଇଥାନ୍ତି । ପ୍ରତିଦିନ ଏମିିତି ଚାଲିଥିବା ବେଳେ ପାଠ ପଢିବା ପାଇଁ ଶୁଭମର ଆଗ୍ରହ ରହିଛି । ହେଲେ ସମୟ ଓ ପରିବାରର ସ୍ଥିତି ତା’ ପାଦରେ ବେଡି ହୋଇଛି ।