ଗୋଟିଏ ମଞ୍ଚରେ ପରିବାରର ୩ ପିଢି, ଜୟପୁରରେ ଆରମ୍ଭ ହେଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

75

କନକ ବ୍ୟୁରୋ: ଗୋଟିଏ ଛାତ ତଳେ ୩ପଢ଼ି ଦେଲେ ପରୀକ୍ଷା । ଆଜିର ସମୟରେ ଭାଇ ଭାଇ ମିଶି ରହିବା ମୁସ୍କିଲ ହୋଇଥିବା ବେଳେ ଯୌଥ ପରିବାର କ’ଣ ତାର ଏକ ଉଦାହରଣ ଏଠାରେ ଦେଖିବାକୁ ମିଳିଛି । କିଏ ଅଜା ନାତି ଓ ବୋହୁ ତ ଅଉ କିଏ ଶାଶୁ, ଶ୍ୱଶୁର, ବୋହୁ ଓ ନାତି । ସମସ୍ତେ ଗୋଟିଏ ଛାତ ତଳେ ନିଜ ନିଜ ଆସନରେ ରହି ଦେଉଛନ୍ତି ବୁଦ୍ଧିର ପରୀକ୍ଷା । ଲାଇଟ ଆଲୁଅରେ ସଜେଇ ହୋଇଛି ମଞ୍ଚ । ଆଉ ମଞ୍ଚର ନାମକରଣ ହୋଇଛି ଜଳ, ବାୟୁ, ଅଗ୍ନି ଓ ପୃଥିବୀ । ପ୍ରତି ସିଟରେ ବସିଛନ୍ତି ୩ ପିଢ଼ିର ସଦସ୍ୟ । ପାଳି ଅନୁସାରେ ସମୟକୁ ଆଧାର କରି ପଚାରାଯାଉଛି ପ୍ରଶ୍ନ । ଆଉ ଉତ୍ତର ମଧ୍ୟ କେତେବେଳେ ଅଜା ଦେଉଥିଲେ ତ କେତେବେଳେ ନାତି । କେବଳ ଉ୍ତ୍ତର ନୁହେଁ ପୂର୍ବରୁ ହୋଇଥିବା ପ୍ରତିଯୋଗିତାରେ ସଫଳ ହୋଇ ଫାଇନାଲକୁ ଆସିଛନ୍ତି ଏହି ୩ ପିଢ଼ିର ପରିବାର ।

ମଞ୍ଚ ସାମନାରେ ବସିଥିବା ଦର୍ଶକ ମଧ୍ୟ ଏହି ବୁଦ୍ଧି ପରୀକ୍ଷାରେ ସାମିଲ ହୋଇ ୩ ପିଢ଼ିର ମଣିଷର ମହତ୍ୱକୁ ବୁଝିପାରି ଖୁସି ଅନୁଭବ କରିଛନ୍ତି । ଫାଇନାଲରେ ଜିତିଥିବା ପଢ଼ିଙ୍କୁ ୫ ହଜାର ଟଙ୍କା ପୁରସ୍କାର ମିଳିଥିବା ବେଳେ ଦ୍ୱିତୀୟ ଓ ତୃତୀୟଙ୍କୁ ସେହି ଅନୁପାତରେ ପୁରସ୍କାର ମିଳିଛି । ଜୟପୁର ସହରର ସିୱା ନାମକ ଏକ ସ୍ୱେଛାସେବୀ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମଟିକୁ ଆୟୋଜନ କରିଥିଲେ ।