ଧର୍ମେନ୍ଦ୍ର ପ୍ରଧାନଙ୍କ ସଂପର୍କରେ ବଡ ଇସାରା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ: କହିଲେ, ସମ୍ବଲପୁର କେବଳ ସାଂସଦ ବାଛୁ ନାହିଁ, ବରଂ ବଡ ଦାୟିତ୍ୱ ଦେବାକୁ ଯାଉଛି

203

କନକ ବ୍ୟୁରୋ: ରେଢାଖୋଲରେ ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜନାଥ ସିଂହଙ୍କ ପ୍ରଚାର । ଦଳର ଲୋକସଭା ପ୍ରାର୍ଥୀ ତଥା ଧର୍ମେନ୍ଦ୍ର ପ୍ରଧାନଙ୍କ ସଂପର୍କରେ ବଡ ଇସାରା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କହିଲେ ବୁଝିବା ଲୋକଙ୍କୁ ଇସାରା ହିଁ ଯଥେଷ୍ଟ । ସମ୍ବଲପୁର କେବଳ ସାଂସଦ ବାଛୁ ନାହିଁ, ବରଂ ବଡ ଦାୟିତ୍ୱ ଦେବାକୁ ଯାଉଛି । ରେଢାଖୋଲରେ ପ୍ରଚାର ବେଳେ ସମ୍ବଲପୁର ଲୋକସଭା ଅଧୀନରେ ଥିବା ସମସ୍ତ ବିଧାୟକ ପ୍ରାର୍ଥୀ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୋଟ୍ ଦେବାକୁ ଅପିଲ କରିଛନ୍ତି ରାଜନାଥ ସିଂହ ।