ଆସନ୍ତାକାଲି ପୁରୀରେ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ: ଗସ୍ତ ପୂର୍ବରୁ ବଡଦାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି

67

କନକ ବ୍ୟୁରୋ: ଆସନ୍ତାକାଲି ପୁରୀରେ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ । ଗସ୍ତ ପୂର୍ବରୁ ବଡଦାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ମୋଦୀଙ୍କ ପୂଜାର୍ଚ୍ଚନାର ଘଂଟାଏ ପୂର୍ବରୁ ବନ୍ଦ ରହିବ ସାଧାରଣ ଦର୍ଶନ । ଏହାପରେ ସକାଳ ୮ରୁ ୯ ଯାଏ ରହିଛି ରୋଡ ଶୋ ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚି ସିଧା ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବେ । କାର୍ଯ୍ୟାଳୟ ପରିସରରେ ସୁୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଜ୍ୟ ବିଜେପି ନିର୍ବାଚନ ପରିଚାଳନା ସମିତି କର୍ମକର୍ତାଙ୍କୁ ପ୍ରଧାନମନ୍ତ୍ରୀ ଗୁରୁମନ୍ତ୍ର ଦେବେ । ଯାହାକୁ ନେଇ ବିଜେପି ଶିବିରରେ ଉତ୍ସାହର ମାହୋଲ ଦେଖିବାକ ୁ ମିଳିଛି ।