କଟକ ବାରବାଟୀରେ ଟକ୍କର । ବିଭିନ୍ନ ପ୍ରସଙ୍ଗ ନେଇ ତିନି ଦଳ ମଧ୍ୟରେ ଭୋଟ୍ ହାତେଇବାକୁ ଚେଷ୍ଟା ।ସମର୍ଥକ ଯୋଗାଡ କରିବାରେ ପ୍ରୟାସ ଜାରି

65

କନକବ୍ୟୁରୋ: ନିର୍ବାଚନ ପାଇଁ ମଇଦାନରେ ଟକ୍କର । କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର । ତିନି ପ୍ରମୁଖ ଦଳର ପ୍ରାର୍ଥୀ ମାନେ ଭୋଟ୍ ହାତେଇବାକୁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବାକୁ କିଏ ପଦ୍ମ ଫୁଲ ଧରି ପ୍ରଚାର କରୁଛି ତ ଆଉ କିଏ ବିକାଶ ପ୍ରତିଶ୍ରୁତି ଦେଉଛି । କିଛି ରାସ୍ତାରେ ଶୋଭାଯାତ୍ରା କରୁଥିବା ବେଳେ ଆଉ କିଛି ପ୍ରାର୍ଥୀ ଘର ଘର ବୁଲି ଭୋଟ୍ ହାତେଇବାକୁ ପ୍ରୟାସ ଜାରି ରଖିଛନ୍ତି ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନରେ ଜୋରଦାର ଲଢେଇ । କଟକ ବାରବାଟୀ ନିର୍ବାଚନ ମଣ୍ଡଳିରେ ଭିନ୍ନ ଭିନ୍ନ ପ୍ରସଙ୍ଗ ନେଇ ଦଳ ଦଳ ମଧ୍ୟରେ ଟକ୍କର ଆରମ୍ଭ ହୋଇଯାଇଛି । କେତବେଳେ ଚାଲି ଚାଲି ଶୋଭାଯାତ୍ରା ଆଉ କେବେ ବାଇକ୍ ଶୋଭାଯାତ୍ରାରେ ପ୍ରାର୍ଥୀ ବାହାରୁଛନ୍ତି । ଭୋଟ୍ ହାତେଇବାକୁ ତିନି ଦଳର ପ୍ରାର୍ଥୀଙ୍କ ପ୍ରୟାସ ଜାରି ରହିଛି । ବିଜେଡି ପକ୍ଷରୁ ପ୍ରକାଶ ବେହେରା ପ୍ରଚାର ଜୋରଦାର କରିଛନ୍ତି । ସବୁବେଳେ ଲୋକଙ୍କ ସାଙ୍ଗରେ ରହିଛନ୍ତି ଓ ଆଗକୁ ମଧ୍ୟ ରହିବେ କହି ପ୍ରତିଶ୍ରୁତି ଦେଉଛନ୍ତି ।

ସେପଟେ ବିଜେପି ପକ୍ଷରୁ ମଧ୍ୟ ପଦ୍ମଫୁଲ ଧରି ହଜାର ହଜାର କର୍ମୀଙ୍କ ଗହଣରେ ପ୍ରଚାର ଜୋରଦାର ଚାଲିଛି । ଡହଡହ ଖରାରେ ଘର ଘର ବୁଳି ବୁଲି ସମର୍ଥକ ଯୋଗାଡରେ ଲାଗିପଡଛନ୍ତି ପ୍ରାର୍ଥୀ । ଦଳ ଦଳ ମଧ୍ୟରେ ମଇଦାନରେ ରଣନୀତି ଆରମ୍ଭ ହୋଇଯାଇଛି । ଦୁଇ ଦଳକୁ ଟକ୍କର ଦେଇ ମଇଦାନରେ ଲଢେଇ ଜାରି ରଖିଛି କଂଗ୍ରେସ । କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋଷ ବାପା ମହମ୍ମଦ ମୋକିମ୍ଙ୍କ ସହ ପ୍ରଚାର ଜାରି ରଖିଛନ୍ତି । ବିଭିନ୍ନ ଶୋଭାଯାତ୍ରାରେ ସମର୍ଥକଙ୍କ ଗହଣରେ ବୁଲି ବୁଲି ପ୍ରଚାର କରୁଛନ୍ତି । ବିଭିନ୍ନ ସ୍ଥାନରେ ସମର୍ଥକ ଯୋଗାଡ କରିବାରେ ଲାଗିପଡିଛନ୍ତି । ପ୍ରଚଣ୍ଡ ଖରାରେ ତିନି ଦଳ ମଧ୍ୟରେ ପ୍ରଚାର ଜୋରଦାର ଚାଲିଛି । ହେଲେ କଟକ ବାରବାଟୀ ରେ କିଏ ବାଜି ମାରୁଛି ତା ଉପରେ ରହିଛି ସମସ୍ତଙ୍କ ନଜର ।