ବୋରୱେଲରେ ୨୬ ଘଂଟାରୁ ଅଧିକ ସମୟ ଧରି ଫସିଛି ଜୀବନ । ଉଦ୍ଧାର କାର୍ଯ୍ୟରେ ବାଧା ହେଉଛି ପଥର ଚଟାଣ

218

କନକ ବ୍ୟୁରୋ: ମାଟି ତଳେ ମୃତ୍ୟୁ ସହ ସଂଗ୍ରାମ କରୁଛି ୮ବର୍ଷର ବାଳକ ତନ୍ମୟ ସାହୁ । ୨୪ ଘଂଟା ବିତିଯାଇଥିଲେ ମଧ୍ୟ ବୋରୱେଲ ଭିତରୁ ତାଙ୍କୁ ଉଦ୍ଧାର କରାଯାଇପାରୁନି । ମଧ୍ୟପ୍ରଦେଶର ବେତୁଲରେ ଏକ ପରିତ୍ୟକ୍ତ ନଳକୂପ ଗାତରେ ମଙ୍ଗଳବାର ସଂଧ୍ୟାରେ ଖେଳୁ ଖେଳୁ ଖସିପଡିଥିଲେ ତନ୍ମୟ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସେପଟେ ଯେଉଁ ଜମିରେ ବୋରୱେଲ ନିର୍ମାଣ ଚାଲିଥିଲା ସେହି ଜମିର ମାଲିକଙ୍କ ନାଁରେ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ ଉଦ୍ଧାରକାର୍ଯ୍ୟ ପାଇଁ ଆହୁରି କିଛି ଘଂଟାର ସମୟ ଲାଗିପାରେ ।ସେପଟେ ତନ୍ମୟଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ ।