ଅପରାଧ ରେକର୍ଡ ଥିବା ଲୋକଙ୍କୁ କାହିଁକି କରାଯାଉଛି ପ୍ରାର୍ଥୀ? ଦଳୀୟ ୱେବସାଇଟରେ ଜଣାଇବା ପାଇଁ ବାଧ୍ୟତାମୂଳକ କଲେ ନିର୍ବାଚନ କମିସନ୍

124

କନକ ବ୍ୟୁରୋ: ରାଜନୀତିକୁ ଅପରାଧ ମୁକ୍ତ କରିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ଅପରାଧ ରେକର୍ଡ ଥିବା ଲୋକଙ୍କୁ ଦଳ କାହିଁକି ପ୍ରାର୍ଥୀ କରୁଛନ୍ତି । ଏନେଇ ନିଜ ଦଳୀୟ ୱେବସାଇଟରେ ଜଣାଇବାକୁ ବାଧ୍ୟତାମୂଳକ କରିଛନ୍ତି ନିର୍ବାଚନ କମିଶନ । ତେବେ ନିର୍ବାଚନ କମିଶନଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ।

ନଜର ପକାନ୍ତୁ କେତେ ଜଣ ସାଂସଦଙ୍କ ନାଁରେ ରହିଛି ସଂଗୀନ ଅପରାଧିକ ମାମଲା 

ଅଧିକ ସଂଖ୍ୟାରେ ଅପରାଧିକ ମାମଲା ଥିବା ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି ଏବଂ ନିର୍ବାଚନ ଜିତି ସାଂସଦ ହେଉଛନ୍ତି । ପ୍ରତି ସାଧାରଣ ନିର୍ବାଚନରେ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗତ ୩ଟି ସାଧାରଣ ନିର୍ବାଚନକୁ ଦେଖିଲେ, ଏହା ସ୍ପଷ୍ଟ ଭାବେ ଜଣାପଡ଼ୁଛି ।

  • ଅପରାଧୀ ମୁକ୍ତ ହେବ କି ନିର୍ବାଚନ?
  • ନିର୍ବାଚନ କମିସନଙ୍କ କଡ଼ା ଆଭିମୁଖ୍ୟ
  • କାହିଁକି ଅପରାଧ ରେକର୍ଡ ଥିବା ବ୍ୟକ୍ତିଙ୍କୁ କରାଯାଉଛି ପ୍ରାର୍ଥୀ?
  • କାରଣ ଦର୍ଶାଇବେ ରାଜନୈତିକ ଦଳ
  • ୱେବସାଇଟରେ ଅପଲୋଡ୍ ହେବ ସମସ୍ତ ତଥ୍ୟ

ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ବେଳେ ଏଭଳି କହିଛନ୍ତି ମୁଖ୍ୟ ନିର୍ବାଚନ କମିସନର ସୁଶୀଲ ଚନ୍ଦ୍ରା । ଗତବର୍ଷ ଏ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଏପରି ନିଷ୍ପତି ନିଆଯାଇଛି । ସୁପ୍ରିମକୋର୍ଟ କହିଥିଲେ, ପ୍ରାର୍ଥୀଙ୍କ ଅପରାଧ ରେକର୍ଡର ସମସ୍ତ ବିବରଣୀ ୱେବସାଇଟ୍, ସୋସିଆଲ୍ ମିଡିଆ, ଗୋଟିଏ ସ୍ଥାନୀୟ ଓ ଗୋଟିଏ ଜାତୀୟ ଖବରକାଗଜରେ ପ୍ରକାଶ କରିବେ ରାଜନୈତିକ ଦଳ । ନାମାଙ୍କନ ପତ୍ର ଦାଖଲର ୪୮ ଘଣ୍ଟା ପୂର୍ବରୁ ଏହା ପ୍ରକାଶ ପାଇବ ।

ତେବେ ଏଥର ପ୍ରାର୍ଥୀଙ୍କ ଅପରାଧ ରେକର୍ଡ ନିର୍ବାଚନ କମିସନଙ୍କ ‘ନୋ ଇୟୋର କାଣ୍ଡିଡେଟ୍’ ୱେବ ପେଜରେ ଅପଲୋଡ୍ ହେବ । ସବୁ ରାଜନୈତିକ ଦଳ ଓ ପ୍ରାର୍ଥୀ ଏ ନେଇ ତଥ୍ୟ ଦେବା ବାଧ୍ୟତାମୂଳକ କରାଯାଇଛି । ନିର୍ବାଚନ କମିସନ କହିଛନ୍ତି, ଯାହାକୁ ପ୍ରତିନିଧି ରୂପେ ବାଛୁଛନ୍ତି, ସେମାନଙ୍କ ସଂପର୍କରେ ଜାଣିବାର ଅଧିକାର ମତଦାତାଙ୍କର ରହିଛି ।