ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନିର୍ବାଚନୀ ଇସ୍ତାହାର ଜାରି କରିବେ ନଡ୍ଡା ।

114

କନକ ବ୍ୟୁରୋ : ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ୱରରେ ପହଁଚିବା ପରେ ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର ଜାରି କରିବା କାର୍ଯ୍ୟକ୍ରମ ରହିଛି । ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରତିଶ୍ରୁତି ଦେଇପାରେ ଦଳ । ଏହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଅପରାହ୍ନ ୩ଟା ୩୦ରେ ବିଜେପି ସଂକଳ୍ପ ପତ୍ରକୁ ଲୋକାର୍ପଣ କରିବେ ନଡ୍ଡା । ଏହା ପରେ ଦଳୀୟ ପଦାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ପଶ୍ଚିମବଙ୍ଗ ଭଳି ଏଥର ଓଡ଼ିଶା ଉପରେ ଫୋକସ କରିଛି ବିଜେପି । କେନ୍ଦ୍ରୀୟ ନେତାମାନେ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗତକାଲିଠାରୁ ଆସି ଓଡ଼ିଶାରେ ଅଛନ୍ତି । ଆଜି ତାଙ୍କର କଟକ ଓ ସମ୍ବଲପୁରରେ କାର୍ଯ୍ୟକ୍ରମ ରହିଛି । ଏହାରି ଭିତରେ ମୋଦୀ ଏବଂ ନଡ୍ଡାଙ୍କ ଗସ୍ତ ବିଜେପି କର୍ମୀଙ୍କୁ ଉତ୍ସାହିତ କରିଛି । ବିଶେଷ କରି ଦକ୍ଷିଣ ଓଡ଼ିଶା ଉପରେ ବିଜେପି ଫୋକସ କରିଛି ।