ସ୍କୁଲରେ ପଶି ସ୍ୱରସ୍ୱତୀଙ୍କ ମୂର୍ତ୍ତି କଚାଡି ଭାଙ୍ଗିଦେଲେ ୨ ଭଉଣୀ : ପୁଣିଥରେ ନୂଆ ମୂର୍ତ୍ତି ଆଣି ପୂଜାର୍ଚ୍ଚନା କଲେ ଛାତ୍ରଛାତ୍ରୀ

237

କନକ ବ୍ୟୁରୋ : ସ୍କୁଲରେ ପଶି ସରସ୍ୱତୀ ମୂର୍ତ୍ତିକୁ କଚାଡି ଭାଙ୍ଗି ଦେଲେ ଦୁଇ ଭଉଣୀ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅନ୍ତର୍ଗତ କଣ୍ଟାପାଳ ସ୍ଥିତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । ଗତକାଲି ସରସ୍ୱତୀ ପୂଜା ଚାଲିଥିବା ବେଳେ କଣ୍ଟାପାଳ ଗାଁର ଦୁଇ ଭଉଣୀ ଉର୍ମିଲା ସାହୁ ଓ ପ୍ରମିଳା ସାହୁ ସ୍କୁଲ ପହଞ୍ଚି ହଟ୍ଟଗୋଳ କରିଥିଲେ ।

ସ୍କୁଲ ତିଆରି ହୋଇଥିବା ଜାଗା ତାଙ୍କ ବାପାଙ୍କ ନାଁରେ ଥିବା ଦାବି କରି ଜମି ଛାଡିବାକୁ କହି ଉତ୍ପାତ କରିଥିଲେ । ଏହାପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍କୁଲର ବାହାରିଯିବାକୁ କହିଥିଲେ । ଏହା ପରେ ସ୍କୁଲରେ ପୂଜା କରାଯାଉଥିବା ମୂର୍ତ୍ତିକୁ ଭୂଇଁରେ କଚାଡି ଭାଙ୍ଗି ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ୨ ଭଉଣୀଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି । ସେପଟେ ଛାତ୍ରଛାତ୍ରୀ ପୁଣି ଏକ ନୂଆ ମୂର୍ତ୍ତି ଆଣି ପୂଜାର୍ଚ୍ଚନା କରିଛନ୍ତି ।