୨୪ ବର୍ଷର ସରକାରକୁ ବଦଳାଇବାକୁ ଚାହୁଁଛନ୍ତି ଓଡ଼ିଶାବାସୀ, ୫ ବର୍ଷରେ ୭୫ ବର୍ଷର କାମ କରିବୁ । ବିଜେଡିକୁ ଟାର୍ଗେଟ କଲେ ମନମୋହନ ସାମଲ ।

190

କନକ ବ୍ୟୁରୋ : ବିଜେପି ଆଜି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି । । ତେବେ ଏହାପୂର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି, ଏହି ସଂକଳ୍ପପତ୍ର ଓଡ଼ିଶାର ସବୁବର୍ଗଙ୍କୁ ଦୃଷ୍ଟିରେ ରଖି କରାଯାଇଛି । ୨୪ ବର୍ଷର ସରକାରକୁ ବଦଳାଇବାକୁ ଚାହୁଁଛନ୍ତି ଓଡ଼ିଶାବାସୀ । ସାଧାରଣ ଲୋକ ନିର୍ବାଚନ ଲଢୁଛନ୍ତି, ଆମେ ସାଥୀରେ ଅଛୁ । ଏହା ସରକାର ପରିବର୍ତ୍ତନର ଇସ୍ତାହାର ।

ଏହାସହ ବିଜେଡି କିଭଳି ନିର୍ବାଚନୀ ଇସ୍ତାହାର ଜାରି କରି ଭୁଲିଯାଏ ତାହା ମଧ୍ୟ କହିଛନ୍ତି ମନମୋହନ । ୨୦୦୯ ମସିହାରେ ବିଜେଡି ନିଜ ଇସ୍ତାହାରରେ ୩୩% ଜଳସେଚନ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ସେତେବେଳେ ୧୯% ଜମି ଜଳସେଚିତ ହୋଇଥିଲା । କିନ୍ତୁ ଏବେ ଏହା ୧୭%କୁ ଖସିଆସିଛି । କିନ୍ତୁ ବିଜେପି ସରକାର ଆସିଲେ ୧୭% ଜଳସେଚନକୁ ଶତ ପ୍ରତିଶତ କରିବ । ସେହିଭଳି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରିବ ବୋଲି କହିଛନ୍ତି ମନମୋହନ । କେବଳ ଏତିକି ନୁହେଁ ମୋଦୀ ଯାହା କହିଛନ୍ତି ତାହା କରିଛନ୍ତି । ୫ ବର୍ଷରେ ୭୫ ବର୍ଷର କାମ କରିବୁ ବୋଲି କହିଛନ୍ତି ମନମୋହନ ।