ପୁରୀ କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା: ଟିକେଟକୁ ନେଇ ଅସନ୍ତୁଷ୍ଟ କର୍ମୀଙ୍କ ଭଙ୍ଗାରୁଜା ସୂଚନା

397

କନକ ବ୍ୟୁରୋ: ପୁରୀରେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀଙ୍କ ଭଙ୍ଗାରୁଜା । ସୁଜିତ ମହାପାତ୍ରଙ୍କୁ ଟିକେଟ୍ କାଟିବା ପରେ ଅସନ୍ତୁଷ୍ଟ ସମର୍ଥକ ଏପରି ଭଙ୍ଗାରୁଜା କରିଛନ୍ତି । ଏହାସହ ସୁଜିତଙ୍କ ସମର୍ଥକ ଉମା ରଥ ଗୋ-ବ୍ୟାକ୍ ନାରା ଦେଇଛନ୍ତି । ଗତକାଲି ସୁଜିତ ମହାପାତ୍ର ନାମାଙ୍କନ ଭରିଥିଲେ । ନାମାଙ୍କନର ପରଦିନ ଟିକେଟ୍ କାଟି ଦେଇଛି କଂଗ୍ରେସ । କାହିଁକି ଦଳ ତାଙ୍କ ଟିକେଟ୍ କାଟିଲା, ସେ ନେଇ ପ୍ରଶ୍ନ କରିଛନ୍ତି ସମର୍ଥକ । ଆଉ ଏଥିରେ ଉତକ୍ଷୀପ୍ତ ହୋଇ ସମର୍ଥକମାନେ ଭଙ୍ଗାରୁଜା କରିଛନ୍ତି ।