୮୬୨ କୋଟି ଟଙ୍କାରେ ନିର୍ମାଣ ହେଲା ନୂଆ ସଂସଦ ଭବନ । ଜାଣନ୍ତୁ ଏହି ଭବନ ନିର୍ମାଣ କରିଥିବା ବିନ୍ଧାଣୀ ବିମଲ ପଟେଲଙ୍କ ବାବଦରେ

459

କନକ ବ୍ୟୁରୋ : ଏବେ ଦେଶରେ ଏକ ନୂଆ ସଂସଦ ଭବନ ନିର୍ମାଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୨୮ ତାରିଖରେ ଏହି ଭବନର ଉଦଘାଟନ କରିବେ । ଲୋକସଭା ସଚିବାଳୟ ତରଫରୁ କୁହାଯାଇଛି କି, ନୂଆ ସଂସଦ ଭବନ ଠିକ୍ ସମୟରେ ପ୍ରସ୍ତୁତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ ଡିସେମ୍ବର ୧୦ ତାରିଖରେ ଏହାର ଶିଳାନ୍ୟାସ କରିଥିଲେ ।
ସେପଟେ କଂଗ୍ରେସ ତରଫରୁ ନୂଆ ସଂସଦ ଭବନକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ଏହାକୁ ପର୍ସନାଲ ଭ୍ୟାନିଟି ପ୍ରୋଜେକ୍ଟ ବୋଲି କହିଛନ୍ତି । କଂଗ୍ରେସ ମହାସଚିବ ଜୟରାମ ରମେଶ ବି ନୂଆ ସଂସଦ ଭବନର ଛବି ଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ସଂସଦ ଭବନର ଏକମାତ୍ର ଆର୍କିଟେକ, ଡିଜାଇନର ଓ ଶ୍ରମିକ ମେ’୨୮ ତାରିଖରେ ଏହାର ଉଦଘାଟନ କରିବେ ।

ନୂଆ ସଂସଦ ଭବନର ନିର୍ମାଣ କାମ ଟାଟା ପ୍ରୋଜେକ୍ଟ ଦ୍ୱାରା କରାଯାଇଛି । ମାତ୍ର ଏହି କୋଠାର ଡିଜାଇନ କହିଛନ୍ତି ଆର୍କିଟେକଚର ବିମଲ ପଟେଲ । ବିମଲ ପଟେଲ ଗୁଜରାଟର ଅହମଦାବାଦ ସହରର ବାସିନ୍ଦା । ସେ ଏହା ପୂର୍ବରୁ ବି ଅନେକ ବଡ ବଡ ପ୍ରୋଜେକ୍ଟ ଡିଜାଇନ କରିସାରିଛନ୍ତି ।

ବିମଲ ପଟେଲଙ୍କ ଜନ୍ମ ୧୯୬୧ ମସିହା ଅଗଷ୍ଟ ମାସ ୩୧ ତାରିଖରେ ଗୁଜରାଟରେ ହୋଇଥିଲା । ସେ ଦୀର୍ଘ ୩୧ ବର୍ଷ ହେବ ଏହି ପେଶାରେ ଅଛନ୍ତି । ସେ ବିଶେଷ ଭାବେ ଅର୍ବାନ ଡିଜାଇନ ଓ ଅର୍ବାନ ପ୍ଲାନିଂ ଉପରେ କାମ କରିଥାନ୍ତି । ଏହା ବ୍ୟତୀତ ପଟେଲ ଅହମ୍ମଦାବାଦ ସ୍ଥିତ ସିଇପିଟି ବିଶ୍ୱବିଦ୍ୟାଳୟର ସଭାପତି ମଧ୍ୟ ଅଛନ୍ତି । ଏହାସହ ସେ ଆର୍କିଟେକ୍ଟଚର, ପ୍ଲାନିଂ ଓ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଫାର୍ମ ଏଚସିପି ଡିଜାଇନ ଆଣ୍ଡ ମ୍ୟାନେଜମେଣ୍ଟପ୍ରାଇଭେଟ ଲିମିଟେଡର ଦାୟୀତ୍ୱରେ ଅଛନ୍ତି । ବିମଲଙ୍କୁ ୨୦୧୯ ମସିହାରେ ଆର୍କିଟେକଚର ଓ ପ୍ଲାନିଂର ଅସାଧାରଣ କାମ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । କେବଳ ସେତିକି ନୁହେଁ ତାଙ୍କ କାମ ପାଇଁ ମଧ୍ୟ ସେ ବିଦେଶରେ ପୁରସ୍କୃତ ହୋଇଛନ୍ତି । ୧୯୯୨ ରେ ଆଗା ଖାନ ଆୱାର୍ଡ ଫର ଆର୍କିଟେକଚର, ୧୯୯୮ ରେ ସଂଯୁକ୍ତ ରାଷ୍ଟ୍ର ଆୱାର୍ଡ ଅଫ୍ ଏକ୍ସଲେନ୍ସି, ୨୦୨୧ ରେ ୱାର୍ଲଡ ଆର୍କିଟେକଚର ଆୱାର୍ଡ ଓ ୨୦୦୬ରେ ପିଏମ୍ ନ୍ୟାସନାଲ ଆୱାର୍ଡ ଫର ଏକ୍ସିଲେନ୍ସି ପୁରସ୍କାର ପାଇଛନ୍ତି ।