ମାଟ୍ରିକ ପରୀକ୍ଷାରେ ଭାଇର ସଫଳତା ପଛରେ ଭଉଣୀର ସଂଘର୍ଷ । ୯୦ ପ୍ରତିଶତ ରଖି ପରୀକ୍ଷାରେ ପାସ କଲା ଭାଇ

337

କନକ ବ୍ୟୁରୋ : ଭଉଣୀଙ୍କ ସଂଘର୍ଷ । ଭଉଣୀର ନିଃସ୍ୱାର୍ଥ ତ୍ୟାଗଯୋଗୁ ଏ-୧ ଗ୍ରେଡରେ ଉତୀର୍ଣ୍ଣ ହେଲେ ଭାଇ । ମାଟ୍ରିକ ରେଜଲ୍ଟ ବାହାରିବା ପରେ ବିଭିନ୍ନ ସ୍ଥାନରୁ ଆସିଛି ଭିନ୍ନ ଭିନ୍ନ ସଂଘର୍ଷର କାହାଣୀ । ମାଲକାନଗିରି ବାଲିମେଳା ଶିଶୁ ବିଦ୍ୟା ମନ୍ଦିରର ପ୍ରସନ୍ନ ଓ ତାଙ୍କ ବଡ ଭଉଣୀ ପ୍ରିୟଙ୍କାଙ୍କ ସଂଘର୍ଷ କାହାଣୀ ବେଶ ହୃଦୟକୁ ଛୁଇଁଯାଏ ।

ବାପା ଚାଲିଯିବା ପରେ ଘର ଦାୟିତ୍ୱ ନେଇଛନ୍ତି ପ୍ରିୟଙ୍କା । ଭାଇ ପ୍ରସନ୍ନଙ୍କ ଦାୟିତ୍ୱ ନେଇଛନ୍ତି ବଡ ଭଉଣୀ ପ୍ରିୟଙ୍କା । ବହୁ ଦୁଃଖ କଷ୍ଟରେ ପାଠ ପଢିଥିଲେ ପ୍ରିୟଙ୍କା । ଏବେ ଯୁକ୍ତ ତିନିରେ ଅର୍ଥନୀତି ପଢୁଥିବା ବେଳେ ନିଜେ କଷ୍ଟ ସହି ଭାଇକୁ ପାଠ ପଢାଇଛନ୍ତି । ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢାଇବା ସହିତ ସେହି ଖର୍ଚ୍ଚରୁ ନିଜ ଭାଇକୁ ପଢାଉଛନ୍ତି । ଦିନ ରାତି ପରିଶ୍ରମ କରି ଭାଇକୁ ପାଠ ପଢାଉଥିଲେ ପ୍ରିୟଙ୍କା । ଆଉ ଏବେ ତାଙ୍କ ଭାଇ ପ୍ରସନ୍ନ ମାଟ୍ରିକରେ ଏ-୧ଗ୍ରେଡ ଆଣିବାରେ ସଫଳ ହୋଇଥିବା ବେଳେ ୯୦.୬୬ ପ୍ରତିଶତ ମାର୍କ ରଖିଛନ୍ତି । ତେବେ ଭବିଷ୍ୟତରେ ପାଠ ପଢି ପ୍ରସନ୍ନ ଜଣେ ଡାକ୍ତର କି ଇଂଜିନୟର ହୁଅନ୍ତୁ ବୋଲି ଆଶା ରଖିଛନ୍ତି ପ୍ରିୟଙ୍କା ।