ଦେଶରେ ପ୍ରଥମ ଟିକା ନେଲେ ଦିଲ୍ଲୀ ଏମ୍ସର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ଉପସ୍ଥିତ ଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଦନ ଓ ଏମ୍ସ ନିର୍ଦ୍ଦେଶକ ଡ, ରଣଦୀପ ଗୁଲେରିଆ

120

କନକ ବ୍ୟୁରୋ : ଦେଶର ସର୍ବ ବୃହତ ଟିକାକରଣ ଆଜି ଭାରତରେ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଶୁଭାରମ୍ଭ ପରେ ପ୍ରଥମ ଟିକା ନେଇଛନ୍ତି ଦିଲ୍ଲୀ ଏମ୍ସ୍ର କରୋନା ଯୋଦ୍ଧା ତଥା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ସଫେଇ କର୍ମଚାରୀ ମନିଶ କୂୁମାରଙ୍କୁ ପ୍ରଥମ ଟିକା ଦିଆଯାଇଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ , ଏମ୍ସର ନିର୍ଦ୍ଦେଶକ ଡ. ରଣଦୀପ୍ ଗୁଲେରିଆ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥଲେ । ମନିଶଙ୍କ ପରେ ଏମ୍ସ ନିର୍ଦ୍ଦେଶକ ଡ, ରଣଦୀପ ଗୁଲେରିଆ ବି ଟିକା ନେଇଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ କି କରୋନା ବିରୋଧରେ ଜାରି ରହିଥିବା ଲଢେଇରେ ଟିକା ସଞ୍ଜୀବନି ଭଳି କାମ କରିବ । ଏବେ ଲଢେଇ ଅନ୍ତିମ ତଥା ନିର୍ଣ୍ଣାୟକ ମୋଡରେ ପହଂଚିଥିବା ସେ କହିଛନ୍ତି ।

କହିରଖୁ କି ପାଖା ପାଖି ୧୧ ମାସ ହେବ ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରି ରଖିଛି । ଏଥିରେ କୋଟି କୋଟି ଲୋକ ଏଥିରେ ପ୍ରଭାବିତ ହୋଇଥିବା ବେଳେ । ଭୂତାଣୁ ସଂକ୍ରମଣରେ ପ୍ରାୟ ୧.୫ କୋଟି ଲୋକଙ୍କର ଜୀବନ ଯାଇଛି । ଏନେଇ କିଛି ଦେଶ ଟିକା କରଣ ଆରମ୍ଭ କରିଥିବା ବେଳେ ୩୦ କୋଟିରୁ ଅଧିକ ଲୋକଥିବା ଚୀନ, ଆମେରିକା ଓ ଭାରତରେ ଏହି ଟିକାକରଣ ଏବେ ଆରମ୍ଭ କରାଯାଇଛି ।