ପୁଣି ସାମ୍ନାକୁ ଆସିଲା ଡାଟା ଚୋରି ମାମଲା : ୧୬.୮ କୋଟି ଆକାଉଣ୍ଟର ଡାଟା ଚୋରି ହୋଇଥିବା ଅଭିଯୋଗ, ୭ଜଣଙ୍କୁ ବାନ୍ଧିଲା ପୋଲିସ

116

କନକ ବ୍ୟୁରୋ : ସୋସିଆଲ ମିଡିଆ ଆପରୁ ଟଙ୍କା ଚୋରି ହେବା ଘଟଣା କିଛି ନୂଆ କଥା ନୁହେଁ । ପୂର୍ବରୁ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି । ଆଉ ଏହାରି ମଧ୍ୟରେ ଦେଶର ସବୁଠି ବଡ ଡାଟା ଲିକ୍ ମାମଲା ସାମ୍ନାକୁ ଆସିଛି । ସାଇବର ପୋଲିସ ଅନୁସାରେ, ଏହି ଡାଟା ଲିକ୍ ଘଟଣାରେ ଉଭୟ ସରକାରୀ ଏବଂ ବେଶରକାରୀ ସଂସ୍ଥାମାନେ ସାମିଲ୍ ଅଛନ୍ତି । ପ୍ରାୟ ୧୬.୮ କୋଟି ଆକାଉଣ୍ଟର ଡାଟା ଚୋରି ହୋଇଛି । ଏଥି ମଧ୍ୟରେ ୨.୫୫ ଲକ୍ଷ ସେନାର ଅଧିକାରୀ ରହିଛନ୍ତି । ସବୁଠୁ ବଡ କଥା ହେଉଛି, ଡାଟା ଚୋରି କରିଥିବା ଲୁଟେରା ପ୍ରାୟ ୧୦୦ ସାଇବର ଠକଙ୍କୁ ଏହି ସମସ୍ତ ଡାଟା ବିକ୍ରି କରିଦେଇଛି । ଏହି ମାମଲାକୁ ନେଇ ପୋଲିସ ୭ଜଣଙ୍କୁ ଗରଫ କରିଛି ।

ପୋଲିସ୍ ରିପୋର୍ଟ ଅନୁସାରେ, ଗିରଫ କରାଯାଇଥିବା ଅପରାଧୀ ୧୪୦ଟି ଭିନ୍ନ ଭିନ୍ନ କାଟାଗୋରିରେ ଡାଟା ବିକ୍ରି କରିଛି । ଏହି ଡାଟାରେ ଫୋନ ନମ୍ବର, ନିଟ୍ ଛାତ୍ରଙ୍କ ବ୍ୟକ୍ତିଗତ ତଥ୍ୟ ଆଦି ସାମିଲ ରହିଛି । ତେବେ ଦିଲ୍ଲୀରୁ ୭ଜଣ ଅପରାଧୀଙ୍କୁ ଗରଫ କରିଛି ସାଇବର ପୋଲିସ । ଏହି ସମସ୍ତ ଅପରାଧୀ ନୋଏଡାର ହୋଇଥିବା ବେଳେ ଏମାନେ କଲ୍ ସେଣ୍ଟର ଜରିଆରେ ଡାଟା ସଂଗ୍ରହ କରୁଥିଲେ । ଆଉ ଏହି ଅପରାଧୀ ସ୍ୱିକାର କରିଛନ୍ତି କି, ଚୋରି କରାଯାଇଥିବା ଡାଟାକୁ ସେମାନେ ୧୦୦ ସାଇବର ଠକଙ୍କୁ ବିକ୍ରି କରିଦେଇଛନ୍ତି ।

ପୋଲିସ ରିପୋର୍ଟରୁ ଏହା ମଧୟ ଜଣାପଡିଛି କି, ୫୦ହଜାର ଲୋକଙ୍କ ଡାଟାକୁ ଏହି ଠକ ଗ୍ୟାଙ୍ଗ୍ ମାତ୍ର ୨୦୦୦ ଟଙ୍କାରେ ବିକ୍ରି କରିଛନ୍ତି । ତେବେ ଲୁଟ କରାଯାଇଥିବା ଡାଟାରେ ୧.୨ କୋଟିର ହ୍ୱାଟ୍ସ ଆପ୍ ୟୁଜର୍ସ ସାମିଲ ଥିବା ବେଳେ ୧୧ ଲକ୍ଷ ସରକାରୀ କର୍ମଚାରୀ, ୧୨ଲକ୍ଷ ସିବିଏସଇର ଯୁକ୍ତ-୨ର ଛାତ୍ରଛାତ୍ରୀ । ଚାକିରି ଖୋଜୁଥିବା ୪୦ଲକ୍ଷ ଲୋକ ସାମିଲ ଅଛନ୍ତି ।