ସୁନା ଦର ଆକାଶ ଛୁଆଁ : ୧୦ ଗ୍ରାମକୁ ୬୦ ହଜାର ପାର; ପୁରୁଣା ସୁନା ବିକ୍ରି କରୁଛନ୍ତି ଲୋକେ, କେବେ କେତେ ଥିଲା ସୁନା ଦର?

1,552

କନକ ବ୍ୟୁରୋ : ୬୦ ହଜାର ପାର କଲାଣି ୧୦ ଗ୍ରାମ୍ ସୁନା ଦର । ତେଣୁ ପୁରୁଣା ସୁନା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଲୋକେ । ସୁନା କିଣିବା ପାଇଁ ଲୋକେ ଘରେ ରହୁଥିବା ପୁରୁଣା ସୁନାକୁ ବଦଳ କରୁଛନ୍ତି । ସୁନା ଦରରେ ବର୍ତମାନ ଦେଖାଦେଇଥିବା ବଡ଼ ଧରଣର ବୃଦ୍ଧି ଯୋଗୁ ସୁନା ବଦଳ ବଢିଛି । ଦକ୍ଷିଣ ଭାରତରେ ନୂଆ ପାଇଁ ପୁରୁଣା ବଦଳାଉଛନ୍ତି ଗ୍ରାହକ । ଆଉ କିଛି ଗ୍ରାହକ ମଧ୍ୟ ସୁନା ବଦଳାଇ ନଗଦ ନେଉଛନ୍ତି । ଉତର ଭାରତରେ ମଧ୍ୟ ଏହି ଟ୍ରେଣ୍ଡ ବହୁ ପୂର୍ବରୁ ଦେଖିବାକୁ ମିଳିଛି ।

ସୁନା ବିକୁଛନ୍ତି ଲୋକ

– ପୂର୍ବବର୍ଷ ତୁଳନାରେ ପୁରୁଣା ସୁନା ବିକ୍ରିରେ ୨୫ ପ୍ରତିଶତ ବୃଦ୍ଧି
– କୌଣସି ସଙ୍କଟ ଓ ଅନିଶ୍ଚିତତା ଦେଖାଦେଲେ ସୁନାର ଦର ବୃଦ୍ଧି ହୁଏ
– ବିଶ୍ୱ ବଜାରରେ ଅସ୍ଥିରତା ଦେଖାଦେଲେ ଲୋକେ ସୁନାରେ ନିବେଶ କରିଥାନ୍ତି
– ସୁନାକୁ ନିବେଶର ଏକ ସୁରକ୍ଷିତ ମାଧ୍ୟମ ବୋଲି ଗଣାଯାଏ
– ସୁନା ବ୍ୟବସାୟ ଫେବ୍ରୁଆରୀ ଓ ମାର୍ଚ୍ଚ ମାନ୍ଦା ସମୟ ରହିଥାଏ
– ଏ ସମୟରେ ଲୋକେ ପିଲାଙ୍କ ପାଠ ପଢା ପାଇଁ ଅର୍ଥ ଆବଶ୍ୟକ କରନ୍ତି
– ପିଲାଙ୍କ କଲେଜ୍ ନାମ ଲେଖା ପାଇଁ ଟଙ୍କା ଆବଶ୍ୟକ ହୋଇଥାଏ
– ଟିକସ ସଂଚୟ ଉତ୍ପାଦରେ ନିବେଶ କରିବା ଉଦ୍ଦେଶ୍ୟରେ ମଧ୍ୟ ସୁନା ବିକ୍ରି କରିଥାନ୍ତି

କେବେ କେତେ ଥିଲା ସୁନା ଦର ?

– ୧୯୪୨ରେ ୧୦ ଗ୍ରାମ ପିଛା ସୁନା ଦର ଥିଲା ୪୪ ଟଙ୍କା
– ୧୯୪୭ରେ ୧୦ ଗ୍ରାମ ସୁନା ଦର ୮୮.୬୨ ପଇସାରେ ପହଂଚିଥିଲା
– ସେତେବେଳେ କିଲୋ ପିଛା ସୁନା ଦର ଥିଲା ୮ ହଜାର ୮୬୨ ଟଙ୍କା
– ବର୍ତ୍ତମାନର ଦିଲ୍ଲୀ ମୁମ୍ବାଇ ଇକୋନୋମି କ୍ଲାସ ଯିବା ଆସିବା ଟିକେଟ ସହ ସମାନ
– ୧୯୭୦ରେ ୧୦ ଗ୍ରାମ ସୁନା ପିଛା ଦର ଥିଲା ୧୮୪ ଟଙ୍କା
– ୧୯୮୦ ବେଳକୁ ଏହି ଦର ୧୩୩୦ ଟଙ୍କାରେ ପହଂଚିଥିଲା
– ୧୯୯୦ରେ ୧୦ ଗ୍ରାମ ସୁନା ପିଛା ଦର ଥିଲା ୩ ହଜାର ୨ଶହ ଟଙ୍କା
– ୨୦୦୦ରୁ ୨୦୧୦ ମଧ୍ୟରେ ୪ ହଜାର ୪ଶହରୁ ୧୮ ହଜାର ୫୦୦ ଥିଲା
– ଏବେ ୧୦ ଗ୍ରାମ ସୁନା ଦର ୬୦ ହଜାର ପାର କରିଛି