ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ଅଲିକ୍ ଚକ୍ରବର୍ତ୍ତୀଙ୍କୁ ଟ୍ରାଂଜିଟ ରିମାଣ୍ଡରେ ନେଲା ପଶ୍ଚିମବଙ୍ଗ ! ରହିଛି ଦେଶଦ୍ରୋହ, ନରହତ୍ୟା ସହ ୭୦ରୁ ଅଧିକ ମାମଲା ।
କନକ ବ୍ୟୁରୋ : ଅଲିକ୍ ଚକ୍ରବର୍ତ୍ତୀ । ସିପିଆଇଏମଏଲର ରେଡ୍ ଷ୍ଟାର୍ ଲିଡର । ପଶ୍ମିମବଙ୍ଗ ପୁଲିସ ପାଇଁ ଥିଲା ମୋଷ୍ଟ ୱାଂଟେଡ୍ । ଅଲିକର ଅପରାଧ ତାଲିକା ବେଶ ଲମ୍ବା । ଦଙ୍ଗା, ବିସ୍ପୋରକ, ଅସ୍ତ୍ରଶସ୍ତ୍ର, ହତ୍ୟା ସହ ରାଷ୍ଟ୍ରଦ୍ରୋହୀ ଭଳି ସଙ୍ଗୀନ ମାମଲାର ଅଭିଯୋଗ ରହିଛି ଅଲିକ୍ ନାଁରେ । ୭୦ରୁ ଅଧିକ ମାମଲାରେ ସଂପୃକ୍ତ ଥିବା ଏହି ରେଡ୍ ଷ୍ଟାର୍ ଲିଡରକୁ ହାତକଡି ପିନ୍ଧାଇଛି ପଶ୍ମିମବଙ୍ଗ ପୁଲିସ । କମିଶନରେଟ ପୁଲିସ ସହାୟତାରେ ପ୍ରାୟ ଦେଢ ବର୍ଷ ପରେ ଏହି କୁଖ୍ୟାତ ଅପରାଧୀକୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଗିରଫ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପଶ୍ମିମବଙ୍ଗର ବହୁ ଚର୍ଚ୍ଚିତ ଟିଏମସି ନେତା ବାବୁ ସୋନା ହତ୍ୟାକାଣ୍ଡରେ ଅଲିକର ସିଧାସଳଖ ସଂପୃକ୍ତି ଅଭିଯୋଗରେ ଗିରଫ କରାଯାଇଛି । ତେବେ ଭୁବନେଶ୍ୱର କୋର୍ଟରେ ହାଜର ପରେ, ଅଲିକଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ନେଇ ପଶ୍ଚିମବଙ୍ଗ ପୁଲିସ ପଚରା ଉଚରା କରିବ ବୋଲି ଜଣା ପଡିଛି । ବିଶେଷ କରି ଭାଙ୍ଗୋର ପାୱାର ଗ୍ରିଡକୁ ନେଇ ଚାଲିଥିବା ବିବାଦ ପୁଲିସର ଫୋକସରେ ରହିଥିବା ଜଣା ପଡିଛି । ତେବେ ଅଲିକଙ୍କ ମାଓବାଦୀ ଲିଙ୍କ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ସେ ମାଓବାଦୀ ନୁହଁନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି । ତେବେ ୭୦ରୁ ଅଧିକ ମାମଲାରେ ସମ୍ପୃକ୍ତ ଥିବା ଜଣେ ଅପରାଧୀ, ବେଧଡକ୍ ଭୁବନେଶ୍ୱରରେ ଚିକିତ୍ସିତ ହେବା ଆଇନଶୃଙ୍ଖଳା ପ୍ରତି ସୃଷ୍ଟି କରିଛି ଏକ ବଡ ଆହ୍ୱାନ ।