ନୂଆ ବର୍ଷରେ ନୂଆ ଅଫର୍ ! ମାତ୍ର ୮ ହଜାର ଟଙ୍କାରେ ବିଗ୍ ବିଙ୍କ ଘରେ କରି ପାରିବେ ଭୋଜନ

33

ନୂଆ ବର୍ଷରେ ବିଗ୍ ବି ଅମିତାଭ୍ ବଚ୍ଚନଙ୍କ ଫ୍ୟାନମାନଙ୍କ ପାଇଁ ଖୁସିଖବର । ଏବେ ସୁପରଷ୍ଟାର ବିଗ୍ ବିଙ୍କ ଘରେ ତାଙ୍କୁ ସହିତ ସାକ୍ଷାତକରିବା ସହ ଭୋଜନ ମଧ୍ୟ କରିପାରିବେ । କଥାଟି ଶୁଣିଲେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ ମାତ୍ର ଏହା ସତ ।

ବିଗ୍ ବିଙ୍କ ଘରେ ଶୈଫ୍ ନାମକ ଏକ ଗ୍ରୁପ୍ ‘ପାମ୍ପ ଅଫ୍ ରେଷ୍ଟ୍ରୋ’ ତିଆରି କରିବାକୁ ଯାଉଛନ୍ତି । ଯାହାଦ୍ୱାରା ଅମିତାଭଙ୍କ ଫ୍ୟାନମାନେ ଏବେ ତାଙ୍କ ଘରକୁ ଯାଇ ତାଙ୍କ ସହ ଡିନର୍ କରିପାରିବେ । କିନ୍ତୁ ଏଥିପାଇଁ ତାଙ୍କୁ କିଛି ଅର୍ଥ ବ୍ୟୟ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିବ ମାତ୍ର ୮ ହଜାର ଟଙ୍କା । ତେବେ ବିଗ୍ ବିଙ୍କ ଘରେ ଖାଇବା ପାଇଁ ଇଚ୍ଛା ରଖୁଥିବା ଲୋକଙ୍କୁ ଗୋଟିଏ ଧାଡିରେ ଠିଆ ହେବାକୁ ପଡିବ ।

ଏହି ରେଷ୍ଟୁରାଂଟି ଆଗାମୀ ୧୭ ଜାନୁୟାରୀଠାରୁ ୨୧ ଯାଏଁ ଖୋଲା ରହିବ । ଏଥିରେ ଯଦିଓ ଆପଣଙ୍କୁ ବିଗ୍ ବିଙ୍କ ସହିତ ଡିନର କରିବାର ସୁଯୋଗ ମିଳି ନପାରେ କିନ୍ତୁ ତାଙ୍କ ଘରକୁ ଯାଇ ତାଙ୍କୁ ପାଖରୁ ଦେଖିବାର ସୁଯୋଗ ପାଇପାରିବେ ।