ରାତି ପାହିଲେ ତୃତୀୟ ପର୍ଯ୍ୟାୟ ପାଇଁ ପଡିବ ଭୋଟ୍: ୨୯ ଜିଲ୍ଲାର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ

89

କନକ ବ୍ୟୁରୋ: ରବିବାରଦିନ ୨୯ ଜିଲ୍ଲାର ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ପଡିବ । ଏଥିପାଇଁ ୬୭୯ ପ୍ରାର୍ଥୀ ଅଛନ୍ତି । ୧୮ ହଜାର ୪୯୫ ୱାର୍ଡ ରହିଛି, ଯେଉଁଠାରେ ନିର୍ବାଚନ ହେବ । ଏଥିମଧ୍ୟରୁ ୨୭୭୩ ସମ୍ବେଦନଶୀଳ ବୁଥ ରହିଛି । ୫୬ ଲକ୍ଷ ୫୩ ହଜାର ୪୦୫ ଭୋଟର ସେମାନଙ୍କ ମତାଧିକାର ସାବ୍ୟ ସ୍ତ କରିବେ ।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭଳି ତୃତୀୟ ପର୍ଯ୍ୟାୟ ଭୋଟ ଉପରେ ସାରା ରାଜ୍ୟର ନଜର ରହିଛି । ରବିବାରଦିନ ବି ବଡ ବଡ ନେତାଙ୍କ ଭାଗ୍ୟପରୀକ୍ଷା ହେବ । ଯିଏ ଯେଉଁ ଅଂଚଳରେ ନିଜ ପ୍ରାର୍ଥୀଙ୍କୁ ଜିତାଇବେ , ସେହି ଅନୁସାରେ ସେମାନଙ୍କ ପତିଆରା ବଢିବ ।

ନୟାଗଡରୁ ମନ୍ତ୍ରୀ ଅରୁଣ ସାହୁଙ୍କ ଭାଗ୍ୟ ପରୀକ୍ଷା ହେବ । ପଂଚାୟତ ନିର୍ବାଚନ ଫଳାଫଳ କହିବ ଏହି ଅଂଚଳରେ ମନ୍ତ୍ରୀଙ୍କ ପତିଆରା କମିଛି ନା ବଢିଛି ।
ବିଂଝାରପୁରରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଗ୍ୟପରୀକ୍ଷା ହେବାକୁ ଯାଉଛି ।
ସିମୁଳିଆରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ପୂର୍ବତନ ମନ୍ତ୍ରୀ ବିଜେପିର ପଦ୍ମଲୋଚନ ପଣ୍ଡାଙ୍କ ଭାଗ୍ୟ ନିର୍ଧାରଣ ହେବ ।
ବିଜେପୁରରେ ବର୍ତମାନର ବିଧାୟିକା ରୀତା ସାହୁଙ୍କ ଭାଗ୍ୟ ପରୀକ୍ଷା ହେବ । ଏହାସହିତ ସାଂସଦ ସୁରେଶ ପୂଜାରୀଙ୍କ ପାଇଁ ଏହା ଏସଡି ଟେଷ୍ଟ ହେବ ।
ଖୋର୍ଦ୍ଧାରୁ ଜିଲ୍ଲା ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ସୁର ରାଉତରାୟ ବିଜେଡିର ବିଭୂତି ବଳବନ୍ତ ରାୟଙ୍କ ଭାଗ୍ୟପରୀକ୍ଷା ହେବାକୁ ଯାଉଛି । ଖୋର୍ଧାର ବେଗୁନିଆରେ ଅପରାଜିତା ମାରାଥନ ପ୍ରଚାର କରିଥିଲେ ।
କାମାକ୍ଷାନଗରରେ ମନ୍ତ୍ରୀ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଏସିଡ ଟେଷ୍ଟ ହେବାକୁ ଯାଉଛି ।
ଆନନ୍ଦପୁରରେ କଂଗ୍ରେସ ନେତା ଜୟଦେବ ଜେନା ଓ ବିଜେଡିର ଭାଗୀରଥୀ ସେଠୀଙ୍କ ଭାଗ୍ୟପରୀକ୍ଷା ହେବ ।
ପୁରୀ ଜିଲ୍ଲା ଚିଲିକାରେ ବିଜେଡିର ନିଲମ୍ବିକ ବିଧାୟକ ପ୍ରଶାନ୍ତ ଜଗଦେବ ଓ ବିଜେପିର ପୃଥ୍ୱୀରାଜ ହରିଚନ୍ଦନଙ୍କ ମଧ୍ୟରେ କଡା ଟକ୍କର ହେଉଛି ।

ସତ୍ୟବାଦୀରୁ ବିଜେଡିର ଉମା ସାମନ୍ତରାୟ , ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଦେଖାଇବେ ସେମାନଙ୍କ ପତିଆରା କେତେ ।
ସେପଟେ ବିଭିନ୍ନ କାରଣରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟଦାନ ହୋଇପାରିନଥିବା ୪୫ଟି ବୁଥରେ ସାନି ମତଦାନ କରିବାକୁ ରାଜ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି ।