କେବେ ସାଇକେଲରେ କ୍ଷୀର ବିକ୍ରି କରୁଥିଲେ । ଆଜି ୮କୋଟିର କମ୍ପାନୀର ମାଲିକ । କଠିନ ପରିଶ୍ରମ ଆଣିଦେଲା ସଫଳତା

286

କନକ ବ୍ୟୁରୋ : ଜୀବନରେ ସଫଳତା ପାଇବା ପାଇଁ ଅନେକ କଷ୍ଟ କରିବାକୁ ପଡିଥାଏ । ଭଲ ଦିନ ଏବଂ ଅତି ଖରାପ ଦିନର ସମ୍ନା କରିବାକୁ ପଡିଥାଏ । ଯିଏ ହାର ମାନିନିଏ ସେ କେବେ ଆଗକୁ ବଢିପାରେନି, ଯିଏ ହାର୍ ନମାନି ସବୁ ପରିସ୍ଥିତି ସହ ଲଢିଚାଲିଥାଏ, ସେ ସଫଳତାର ଶୀର୍ଷରେ ପହଞ୍ଚିଥାଏ । ଆଉ ଏହିଭଳି ଏକ କାହାଣୀ ଆଜି ଆମ ସାମ୍ନାକୁ ଆସିଛି ।

ନାରାୟଣ ମଜୁମଦାର୍, ଦିନ ଥିଲା ସାଇକେଲରେ କିମ୍ବା ଚାଲି ଚାଲି ଘରକୁ ଘର ଯାଇ କ୍ଷୀର ବିକ୍ରି କରୁଥିଲେ । ଆଜି ୮୦୦କୋଟିର ମାଲିକ । ନାରାୟଣଙ୍କ ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ କିନ୍ତୁ ତାଙ୍କ କମ୍ପାନୀର ନାଁ ପ୍ରାୟ ସମସ୍ତେ ଜାଣିଥିବେ । ନାରାୟଣ ମଜୁମଦାର ଭାରତର ଏକ ସଫଳ ବ୍ୟବସାୟୀଙ୍କ ମଧ୍ୟରୁ ଜଣେ ।

ନାରାୟଣ ମଜୁମଦାର୍ ‘ରେଡ୍ କାଓ ଡାଏରୀ’ କମ୍ପାନୀର ଫାଉଣ୍ଡର ଅଟନ୍ତି । କିନ୍ତୁ ନାରାୟଣ ନିଜର କମ୍ପାନୀ ଖୋଲିବା ପୂର୍ବରୁ ଅନେକ ବ୍ରାଣ୍ଡେଡ୍ ଡାଏରୀ କମ୍ପାନୀରେ କାମ କରିଥିଲେ । ଏହା ପୂର୍ବରୁ ନାରାୟଣ କଲେଜ୍ ଖର୍ଚ୍ଚ ଉଠାଇବା ପାଇଁ ପାର୍ଟ ଟାଇମ୍ ଜବ୍ କରୁଥିଲେ । ଏହା ସହ ସକାଳ ୫ଟାରୁ ୭ଟା ଯାଏଁ ଘରକୁ ଘର ବୁଲି କ୍ଷୀର ବିକ୍ରି କରୁଥିଲେ । ଆଉ ଏଥିରୁ ସେ ଦିନକୁ ମାତ୍ର ୩ଟଙ୍କା ରୋଜଗାର କରିପାରୁଥିଲେ । ଅନେକ ବର୍ଷ ଅନ୍ୟ କମ୍ପାନୀ ଏବଂ ପାର୍ଟ ଟାଇମ୍ ଜବ୍ କରିବା ପରେ ୧୯୯୭ରେ ମଜୁନଦାର୍ ନିଜର କମ୍ପାନୀ ‘ରେଡ୍ କାଓ ଡାଏରୀ’ ଆରମ୍ଭ କରିଥିଲେ । ନିଜର କମ୍ପାନୀକୁ ଆଗକୁ ନେବା ପାଇଁ ଅନେକ କଷ୍ଟ କରିଛନ୍ତି ନାରାୟଣ । ସାଇକେଲରେ ଘରକୁ ଘର ଯାଇ କ୍ଷୀର ଆଣୁଥିଲେ । ଗାଁରେ ଖରାପ ରାସ୍ତା ପାଇଁ କେବେ କେବେ ଚାଙ୍କୁ ଚାଲି ଚାଲି କ୍ଷୀର ଏକାଠି କରିବାକୁ ପଡୁଥିଲା । ଆଉ ଆଜିର ଦିନରେ ରେଡ୍ କାଓ ପୂର୍ବା ଭାରତରେ ସବୁଠୁ ବଡ ଡାଏରୀ କମ୍ପାନୀ ଭାବେ ଛିଡା ହୋଇଛି । ଏହି କମ୍ପାନୀର ବାର୍ଷିକ ଟର୍ଣ୍ଣଓଭର ୮୦୦ କୋଟିରୁ ଅଧିକ । ଏହି କମ୍ପାନୀ କ୍ଷୀର, ଘିଅ, ପନିର୍ ଏବଂ ରସଗୋଲା ସହ ଅନ୍ୟ କ୍ଷୀରଜାତୀୟ ଜିନିଷ ବିକ୍ରି କରୁଛି । ‘ରେଡ୍ କାଓ ଡାଏରୀ’ କୋଲକତାରେ ବଡ ନାଁ କରିବାରେ ସଫଳ ହୋଇଛି