ବାଲେଶ୍ୱରରେ ବଡ଼ ନେତା: ରାଲି ସହ ବୈଠକ କରିବେ ଧର୍ମେନ୍ଦ୍ର, ଅପରାଜିତା, ବୈଜୟନ୍ତ ଓ ମନମୋହନ ସାମଲ । ଭୋଗରାଇରେ ପହଞ୍ଚିବେ ସଚିନ ପାଇଲଟ ।

1,282

କନକ ବ୍ୟୁରୋ: ବାଲେଶ୍ୱର ଗସ୍ତରେ ରାଜ୍ୟ ବିଜେପିର ବରିଷ୍ଠ ନେତା । ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ,ମନମୋହନ ସାମଲ ବାଲେଶ୍ୱର  ଅଛନ୍ତି । ବାଲେଶ୍ୱରରେ ପହଞ୍ଚିିବା ପରେ ବାଇକ୍ ରାଲିରେ ଯାଇ ମାହେଶ୍ୱରୀ ଭବନରେ ପହଞ୍ଚିବେ । ସେଠାରେ ଦଳୀୟ କର୍ମକର୍ତାଙ୍କ ସହ ବୈଠକ କରିବେ । ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ, ବାଲେଶ୍ୱର ସଦର ପ୍ରାର୍ଥୀ ମାନସ ଦତ ଓ ରେମୁଣା ପ୍ରାର୍ଥୀ ଗୋବିନ୍ଦ ଦାସଙ୍କ ସହ ଅନ୍ୟ ପ୍ରାର୍ଥୀମାନେ ମଧ୍ୟ ସାମିଲ ହେବେ ।

ଅନ୍ୟପଟେ ଆଉ କିଛି ସମୟ ପରେ ଭୋଗରାଇରେ ପ୍ରଚାର କରିବାକୁ ପହଞ୍ଚିବେ କଂଗ୍ରେସ ନେତା ସଚିନ ପାଇଲଟ୍ ।  ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ କଂଗ୍ରେସ ନେତା ସଚିନ ପାଇଲଟ । ୨ଟି ସଭାକୁ ସେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।