ବିଜେପି ସାଂସଦଙ୍କୁ ମରଣାନ୍ତକ ଆକ୍ରମଣ । ମଣିପୁରରେ ସ୍ଥିତି ଗମ୍ଭୀର ।

368

କନକ ବ୍ୟୁରୋ: ମଣିପୁର ରାଜଧାନୀ ଇମ୍ଫାଲରେ ପୁଣି ସ୍ଥିତି ଉଗ୍ର ରୂପ ନେଇଛି । ବିଜେପି ସାଂସଦ ତଥା ବିଜେପିର ବରିଷ୍ଠ ନେତା ରାଜକୁମାର ରଞ୍ଜନ ସିଂହଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଉପଦ୍ରବକାରୀ । ଅନ୍ୟପଟେ ବକ୍ସର ମେରୀ କମଙ୍କ ପୈତୃକ ଗାଁ ବକ୍ସାରରେ ମଧ୍ୟ ହିଂସା ଦେଖାଦେଇଛି । ଭାରତୀୟ ସେନା ଏହା ଟ୍ୱିଟ୍ କରି ଜଣାଇଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁରା ମଣିପୁରରେ ସେନା ଓ ଆସାମ ରାଇଫଲ୍ସ ଛାଉଣୀ ହୋଇଛି । ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟମାନଙ୍କୁ ଖୋଜା ଜାରି ରଖିଛି ପୁଲିସ ।