ଓଡ଼ିଶା ଏଜୁକେଶନ କନକ୍ଲେଭ ‘ଉତ୍କର୍ଷ’ ୨୦୨୩ : ଆଇଏଏସ ହେବାକୁ କେବେ ଭାବିଲେ କସ୍ତୁରୀ ପଣ୍ଡା ?

306

କନକ ବ୍ୟୁରୋ : ଓଡ଼ିଶା ଏଜୁକେଶନ କନକ୍ଲେଭ ‘ଉତ୍କର୍ଷ’ ୨୦୨୩ । ଯୋଗ ଦେଲେ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିବା କସ୍ତୁରୀ ପଣ୍ଡା । ଉତ୍କର୍ଷ କନକ୍ଲେଭରେ କହିଲେ ନିଜ ସଫଳତାର କାହାଣୀ । କସ୍ତୁରୀ ପଣ୍ଡା କହିଲେ, ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିବା କସ୍ତୁରୀ ପଣ୍ଡା କହିଛନ୍ତି, ଛୋଟବେଳୁ ଆଇଏଏସ ହେବାକୁ ସ୍ୱପ୍ନ ଥିଲା । ଯେତେବେଳେ ଆଇଏଏସଙ୍କ କାର୍ଯ୍ୟଶୈଳୀ ବାବଦରେ ଜାଣିଲି, ସେତେବେଳେ ଏହି ଇଚ୍ଛା ଦ୍ୱିଗୁଣିତ ହୋଇଥିଲା । ୪ ବର୍ଷର ପ୍ରସ୍ତୁତି ପରେ ସଫଳତା ମିଳିଛି ।

ଏନଆଇଟିରେ ପାଠ ପଢିବା ପରେ ଆଇଏଏସ ହେବାକୁ ଥିବା ଇଚ୍ଛା ଆହୁରି ବଢିଥିଲା । ଏନଆଇଟିରେ ପ୍ରତି ଛାତ୍ରଛାତ୍ରୀଙ୍କ ମନରେ ପ୍ରତିଯୋଗିତାମୂଳକ ଭାବନା ଥାଏ । ସମସ୍ତେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ଚାହିଁଥାନ୍ତି । ମୋ ବାପା ପ୍ରଶାସକ । ଲୋକଙ୍କ ମଧ୍ୟରେ ବଢିବାର ମୁଁ ସୁଯୋଗ ପାଇଛି । ଲୋକଙ୍କୁ ସାହାଯ୍ୟ କଲେ ଯେଉଁ ଆଶୀର୍ବାଦ ମିଳେ ତାହା ମୋତେ ବହୁତ ଖୁସି ଦିଏ । ତେଣୁ ମୁଁ ମଧ୍ୟ ସେହି ଖୁସି ସାଉଁଟିବାକୁ ଚେଷ୍ଟା କରିଛି । ଆଶୀର୍ବାଦ ପାଇଁ ଆଇଏଏସ ହୋଇଛି ।  ୟୁପିଏସସି କହୁଛି ପ୍ରତିି ଗ୍ରାଜୁଏଟ ଛାତ୍ରଛାତ୍ରୀ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୋଗ୍ୟ । ଯଦି ଆପଣଙ୍କ ପାଖରେ ପ୍ରତିଭା ଓ ଇଚ୍ଛାଶକ୍ତି ଅଛି ତେବେ ଆଇଏଏସ ପାଇବା କଷ୍ଟ ନୁହେଁ । ଓଡ଼ିଆ ମିଡ଼ିୟମରେ ପଢିଥିବା ପିଲାଙ୍କ ପାଇଁ କଷ୍ଟ ହୋଇପାରେ କିନ୍ତୁ ପିଲାଙ୍କ ଭିତରେ ପ୍ରତିଭା ଅଛି । ଆମ ଶିକ୍ଷା ବ୍ୟବସ୍ଥାରେ ହିଁ ପରିବର୍ତ୍ତନ ଆବଶ୍ୟକ ।

ଗ୍ରାଉଣ୍ଡରେ କାମ କରିବାକୁ ୨ଟି ଜିନିଷ ଆବଶ୍ୟକ । ଗୋଟିଏ ହେଲା ଭାଷା ଏବଂ ଅନ୍ୟଟି ହେଲା ଲୋକଙ୍କ ସହ ସମ୍ପର୍କ । ଲୋକଙ୍କ ପାଇଁ କାମ କରିବାକୁ ଏହି ୨ଟି ଜିନିଷ ଯଥେଷ୍ଟ । ଏଥିପାଇଁ ଏସି ରୁମର ଆବଶ୍ୟକତା ନଥାଏ । ଆମେ ସାର୍ କିମ୍ବା ମ୍ୟାଡାମ ମଣିଷକୁ କହୁନା ବରଂ ପୋଷ୍ଟକୁ କହୁ । ଆମ ସମ୍ବିଧାନରେ ହିଁ ଏମିତି ବ୍ୟବସ୍ଥା ରହିଛି । ଯେଉଁଠି ସମ୍ବିଧାନ ଜଣଙ୍କୁ କ୍ଷମତା ଦେଇଛି ସେଠାରେ ସମ୍ବିଧାନକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି । ପ୍ରଶାସକ ହୁଅନ୍ତୁ କି ରାଜନେତା, ସମସ୍ତଙ୍କର ପ୍ରୟାସ ଥାଏ କିଭଳି ନିଜ ପଦବୀ ଓ ବିଭାଗ ପାଇଁ ଭଲ କାମ କରିପାରିବି । ଯଦି କେହି କାମ କରି ଆଗକୁ ବଢିଛନ୍ତି ତାହା ସେମାନଙ୍କର କଠିନ ପରିଶ୍ରମର ଫଳ ।

ସବୁ ଜିନିଷ କରି ସାରିବା ପରେ ହିଁ ପାଠ ପଢିବ । କାରଣ ସେତେବେଳେ ହିଁ କୌଣସି ବିଷୟକୁ ସହଜରେ ଆମେ ବୁଝିପାରିଥାଉ । ସବୁ କିଛି କରିବାକୁ ଭଲ ଲାଗେ, ଆଇଏଏସ ଚାକିରି ମଧ୍ୟ କିଛି ସେଭଳି ବିବିଧତାରେ ପରିପୂର୍ଣ୍ଣ । ଯଦି ସଫଳତାର ଭୋକ ଛାତ୍ରଛାତ୍ରୀଙ୍କ ମନରେ ଆସିଛି ତାହା ଯେତେ କଷ୍ଟ ଆସିଲେ ମଧ୍ୟ ପୂରା ହେବ । ଅନ୍ୟ କେହି କହିଛି ବୋଲି ନୁହେଁ ବରଂ ନିଜର ଇଚ୍ଛାଶକ୍ତି ଥିବା ଆବଶ୍ୟକ । ଏଭଳି ମନୋବୃତ୍ତି ହିଁ ମୋତେ ସଫଳତା ଆଣି ଦେଇଥିଲା ।