ଲୋକଙ୍କ ଭରସାରେ ଚାଲିଛି ତିର୍ତ୍ତୋଲ ତେନ୍ତୁଳିପଦା ସ୍ୱାସ୍ଥ୍ୟକେନ୍ଦ୍ର । ସମସ୍ତ ଖର୍ଚ୍ଚ ତୁଲାଉଛନ୍ତି ଗାଁର ଲୋକେ

69

କନକ ବ୍ୟୁରୋ : ସ୍ୱାସ୍ଥ୍ୟକେନ୍ଦ୍ର ଅଛି , ଡାକ୍ତର ଅଛନ୍ତି । ଫାର୍ମାସିଷ୍ଟ ଓ କର୍ମଚାରୀ ବି ରହିଛନ୍ତି । ପ୍ରତିଦିନ ରୋଗୀ ମଧ୍ୟ ଏଠାକୁ ଚିକିତ୍ସିତ ହେବାକୁ ଆସୁଛନ୍ତି । ହେଲେ ବଡ କଥା ହେଉଛି , ଏଠାରେ ସ୍ୱାସ୍ଥ୍ୟକେନ୍ଦ୍ର ଚାଲିଛି ଗାଁର ଲୋକଙ୍କ ଭରସାରେ । ଡାକ୍ତରଙ୍କ ଦରମାରୁ ନେଇ ଔଷଧ ଖର୍ଚ୍ଚ ତୁଲାଉଛନ୍ତି ଗାଁର ଲୋକ । ଜଗତସିଂହପୁର ତିର୍ତୋଲ ତେନ୍ତୁଳିପଦା ଗାଁରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ସମସ୍ୟା ଦେଖିବାକୁ ମିଳିଛି । ଗାଁର ହଜାର ହଜାର ଲୋକ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ହେଲେ ଗାଁର ଲୋକମାନେ ପଇସା ଆଦାୟ କରି ଡାକ୍ତରଖାନା ଚଳାଉଛନ୍ତି । ଦୀର୍ଘ ୪୨ ବର୍ଷ ହୋଇଗଲା ଗାଁରେ ଲୋକଙ୍କ ପ୍ରୟାସରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟୃ ବିଭାଗଠୁ ନେଇ ପ୍ରଶାସନ ପର୍ଯ୍ୟନ୍ତ ସବୁଠି ସରକ।।ରୀ ମାନ୍ୟତା ଦାବି କରିଥିଲେ ତାହା ପୂରଣ ହୋଇପାରିନି ।

ସ୍ୱାସ୍ଥ୍ୟକେନ୍ଦ୍ରକୁ ୪୨ ବର୍ଷ ହୋଇଗଲାଣି । ହେଲେ ଲୋକଙ୍କ ସମସ୍ୟା ଶୁରିବାକୁ କେହି ନାହିଁ । ବହୁବାର ଲୋକେ ବିରୋଧ କରି ଧାରଣାରେ ବସିଛନ୍ତି । ହେଲେ ସମସ୍ୟା ସେହିଭଳି ରହିଛି । ଏବେ ଗାଁର ଲୋକ ଏକାଠି ହୋଇ ସାଧାରଣ ନିର୍ବାଚନ ବେଳେ ଭୋଟ୍ ବର୍ଜନ କରିବାର ନିଷ୍ପତି ନେଇଛନ୍ତି । ସେପଟେ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ମଳିଛି ପ୍ରତିଶ୍ରୁତି ।

ଗାଁର ଲୋକଙ୍କ ଏହି ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ସହଯୋଗ କରାଯାଇପାରିଲେ ଗାଁର ଲୋକମାନେ ଉପକୃତ ହୋଇପାରିବେ ।