ନିର୍ବାଚନ ଆଚରଣବିଧି ପାଇଁ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ନିର୍ବାଚନ ପ୍ରକ୍ରିୟା ଶେଷ ହେଲେ ଖୋଲିବ ଅଭିଯୋଗ ପ୍ରକୋଷ୍ଠ ।

322

କନକ ବ୍ୟୁରୋ: ଦେଶରେ ସାଧାରଣ ନିର୍ବାଚନ ସହିତ ଓଡିଶାରେ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ନିର୍ବାଚନ ଆୟୋଗ ଶନିବାର ଏହି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ସହିତ ନିର୍ବାଚନ ଆଚରଣବିଧି ଲାଗୁ ହେଇଛି । ଏହି କ୍ରମରେ ନିର୍ବାଚନ ଆଚରଣ ବିଧି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।