ଆସନ୍ତାକାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଫୋକସରେ ହେଭିୱେଟ

352

କନକବ୍ୟୁରୋ: ଆସନ୍ତାକାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ ସେପଟେ ଇଭିଏମ ଧରି ବୁଥ ମୁହାଁ ହୋଇଛନ୍ତି ପୋଲିଂ କର୍ମଚାରୀ । କାହା ଖାତାକୁ ଯିବ ଭୋଟ କିଏ ଜିତିବ ବାଜି । ପ୍ରଚାର ମଧ୍ୟ ସରିଛି କାଲି ସିଲ ହେବ ପ୍ରାର୍ଥୀଙ୍କ ଭାଗ୍ୟ । । ଦ୍ୱିତୀୟ ପର୍ୟ୍ୟାୟରେ ୩୫ ବିଧାନସଭା ଆସନରେ ହେବ ଭୋଟ । ୩୫ ବିଧାନସଭା ଆସନରୁ ୨୧ ବିଧାନସଭା ଆସନ ପାଇଁ ହେବ କାଣ୍ଟେକା ଟକ୍କର । ୧୭ ଆସନରେ ହେବ ନିଣ୍ଣାୟକ ହେବ କଂଗ୍ରେସ ଭୋଟ ।

୨୦୧୯ରେ ଏହି ୩୫ ଆସନରୁ ୨୬ ଆସନ ଜିତିଥିଲା ବିଜେଡି , କଂଗ୍ରେସ ୪ଟି ଜିତିଥିବା ବେଳେ ବିଜେପି ୪ ଏବଂ ସିପିଆଇଏମ ଗୋଟିଏ ।ସନ ଜିତିଥିଲା । ଏଥିସହ କଣ୍ଟାବାଞ୍ଜିରେ ହେବ ଭାଗ୍ୟ ପରୀକ୍ଷା । । ଗତଥର ତିନି ନମ୍ବରରେ ଥିଲା ବିଜେଡି । କଂଗ୍ରେସଠାରୁ ୧୦ ହଜାର ଭୋଟ ପଛରେ ଥିଲା ବିଜେଡି । ୧୨୮ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ ଏଥର କିନ୍ତୁ କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ନିଜେ ପ୍ରାର୍ଥୀ ହୋଇଛନ୍ତି ।

କଣ୍ଟାବାଞ୍ଜିରେ ଚମକିବା ଭାଗ୍ୟ ନେଇ ବିଜୁ ଜନତା ଦଳ ଆଷାବାଦୀ ଅଛନ୍ତି । ସେପଟେ ସୁନ୍ଦରଗଡ଼ର ରାଜଗାଙ୍ଗପୁର ଆସନ ମଧ୍ୟ ମାତ୍ର ୯୪୬ଖଣ୍ଡ ଭୋଟରେ ହାତଛଡ଼ା କରିଥିଲା ବିଜେଡି । ବିଜେଡିଠାରୁ ମାତ୍ର ୭୬ ଖଣ୍ଡ ଭୋଟ ପଛରେ ଥିଲା ବିଜେପି । ୨୪ରେ କିନ୍ତୁ କାହା ଖାତାକୁ ଯାଉଛି ଏହି ଆସନ ତାହା ଉପରେ ସମସ୍ତଙ୍କ ନଜର । ୧୩ଆସନରେ କଂଗ୍ରେସ ତୃତୀୟ ସ୍ଥାନରେ ଥିଲେ ବି ପାଖାପାଖି ୧୮ ହଜାରରୁ ୫୦ ହଜାର ଭୋଟ ଭିଡିଥିଲା ।

ଏଥର ହାତ ଭୋଟ ବଢିବ କି ଛିଣ୍ଡିବ । ଯଦି ଛିଣ୍ଡିଲା ତାହେଲେ କିଏ ,ହାତେଇବ ଏହି ଭୋଟ । ଗତଥର ବରଗଡ଼, କନ୍ଧମାଳ, ଆସିକା ଲୋକସଭାର ୨୧ ଆସନରୁ ୨୦ ବିଧାନସଭା ଆସନ ପୋଛି ନେଇଥିଲା ବିଜେଡି । କିନ୍ତୁ ସୁନ୍ଦରଗଡ଼, ବଲାଙ୍ଗିର ଅଧିନରେ ଥିବା ୧୪ ଆସନରୁ ମାତ୍ର ୬ଟି ଜିତିଥିଲା ଦଳ । ଚଳିତ ବର୍ଷ ବିଜେଡି ନିଜ ଦୁର୍ଗ ଜଗିଥିବା ବେଳେ ମୋଦି ଗ୍ୟାରେଣ୍ଟି ସଂଖ୍ୟା ବଢିବ ବୋଲି ଆଶା ବାନ୍ଧିଛି ଭାରତୀୟ ଜନତା ପାର୍ଟି । ୩୫ ଆସନରୁ ୨୧ଟିରେ ଏଥର ଲଢେଇ ତଗଡା ହେବ । ଟିକିଏ ଏପଟ ସେପଟ ହେଲେ ବାଜି ପଲଟିପାରେ । କେଉଁଠି ବିଜେପି-ବିଜେଡି ମଧ୍ୟରେ ଜୋରଦାର ଟକ୍କର ହେଉଛି ତ କେଉଁଠି ବିଜେଡି-କଂଗ୍ରେସ ମଧ୍ୟରେ, ହେଉଛି ତ୍ରିମୁଖୀ ଲଢେଇ । ଏଠୀ ମତଦାତାଙ୍କ ଉପରେ ସବୁକିଛି । ଦେଖିବାକୁ ବାକି ରହିଲା ଭୋଟର କାହା ମୁଣ୍ଡରେ ଢାଳୁଛନ୍ତି ସୁନା କଳସ ।