ସୋର ବିଇଓଙ୍କୁ ମାଡ଼ମାରି ଶିକ୍ଷକ ବିଜୟ ବିଶ୍ୱାଳ ନିଲମ୍ବିତ। ଠିକଣା ବଦଳାଇ ବୁଲୁଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନିଆଗଲା କାର୍ଯ୍ୟାନୁଷ୍ଠାନ।

72

କନକ ବ୍ୟୁରୋ: ସୋର ବିଇଓଙ୍କୁ ମାଡ଼ ମାରିବା ଘଟଣାରେ ଶିକ୍ଷକ ବିଜୟ ବିଶ୍ୱାଳ ନିଲମ୍ବିତ । ଶିକ୍ଷକ ବିଜୟ ବିଶ୍ୱାଳ ଠିକଣା ବଦଳାଇ ବୁଲୁଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ତାଙ୍କୁ ନିଲମ୍ବିତ କରାଯାଇଛି । ଗତ ୧୨ତାରଖରେ ତେଣ୍ଟେଇ ହାଇସ୍କୁଲର ଶିକ୍ଷକଙ୍କ ବଦଳିକୁ ନେଇ ସପକ୍ଷ ବିପକ୍ଷରେ ଛାତ୍ରଛାତ୍ରୀ ଅଭିଭାବକ ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ । ସେମାନେ ଗୋଷ୍ଠୀ ବ୍ଲକରେ ପହଞ୍ଚି ବିଇଓ ସୁଧାଂଶୁ ଶେଖର ଜେନାଙ୍କ ନିକଟରେ ଏହି ଦାବି କରିଥିଲେ । ବିଇଓଙ୍କୁ ତେଣ୍ଟେଇ ସରପଞ୍ଚଙ୍କ ନେତୃତ୍ୱରେ ଓ ଶିକ୍ଷକ ବିଜୟଙ୍କ ସମ୍ପୃକ୍ତିରେ ଆକ୍ରମଣ ହୋଇଥିବା ସୋର ଥାନାରେ ଅଭିଯୋଗ ହୋଇଛି । ଏହା ସହ ମାଡ଼ ମାରିଥିବା ଗୋଷ୍ଠୀକୁ ପୋଲିସ ଗିରଫ କରୁନଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଛି ।