ଦୁଇ ବର୍ଷ ଧରି ତିନି ବିଷୟରେ ପାଠପଢ଼ା ଶୂନ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର କନ୍ଦାଖାଇ କଲେଜରୁ ଆସିଲା ଅଭିଯୋଗ।  

155

କନକ ବ୍ୟୁରୋ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର କନ୍ଦାଖାଇ କଲେଜରେ ଦୀର୍ଘ ଦୁଇବର୍ଷ ଧରି ଛାତ୍ରଛାତ୍ରୀ ମାନଙ୍କୁ କଳା ଓ ବିଜ୍ଞାନର ତିନୋଟି ବିଷୟରେ ପାଠପଢାଯାଇ ନଥିବା ଅଭିଯୋଗ ଆଣିଛନ୍ତି କଲେଜର ଛାତ୍ରଛାତ୍ରୀ । ବିଜ୍ଞାନର ଉଦ୍ଭିଦ ବିଜ୍ଞାନ, ଓଡିଆ ଏବଂ କଳାରେ ଏଜୁକେସନରେ ପାଠ ପଢ଼ାଯାଇନଥିବା ଅଭିଯୋଗ ହୋଇଛି । ଦୀର୍ଘ ବର୍ଷ ଧରି ଏହି ତିନୋଟି ବିଷୟରେ ପାଠପଢା ହୋଇନଥିବା ଜଣାପଡିଛି । ଯେଉଁଥି ପାଇଁ ଚିନ୍ତାରେ କଲେଜର ୪୪୮ ଜଣ ଛାତ୍ରଛାତ୍ରୀ । ଦୁଇବର୍ଷ ଧରି କଲେଜରେ ତିନୋଟି ଅଧ୍ୟାପକ ପଦବୀ ଖାଲି ପଡିଥିବାରୁ ଛାତ୍ରଛାତ୍ରୀମାନେ ତିନୋଟି ବିଷୟରେ ପାଠ ପଢିବାରୁ ବଞ୍ଚିତ ରହିଛନ୍ତି ।

ସେପଟେ ଚଳିତବର୍ଷ ଯୁକ୍ତ ୨ କଟଅଫ ମାର୍କରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ପଛରେ ପକାଇ କଳାରେ କନ୍ଦାଖାଇ କଲେଜ ଶୀର୍ଷରେ ରହିଛି । ଚଳିତବର୍ଷ ୮୩.୫ % ମାର୍କ ରଖିଥିବା ଛାତ୍ରଛାତ୍ରୀ କିପରି ଏହି କଲେଜରେ ପାଠ ପଢି ଆଗକୁ ବଢିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସଂକ୍ରାନ୍ତରେ କନ୍ଦାଖାଇ କଲେଜର ଅଧ୍ୟକ୍ଷ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।