ଲକ୍ଷ୍ନୌରେ ଲଗାଣ ବର୍ଷା ଯୋଗୁଁ ବଡ଼ ଧରଣର ଅଘଟଣ : କାନ୍ଥ ପଡ଼ି ୯ଜଣଙ୍କର ମୃତ୍ୟୁ, ୨ ଗୁରୁତର

104

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଲଗାଣ ବର୍ଷା ଯୋଗୁଁ ବଡ଼ ଧରଣର ଅଘଟଣ ଘଟିଛି । ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡ଼ି ୯ଜଣଙ୍କର ମୃତ୍ୟୁ ହୋଇଛି । ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କାରାଯାଇଛି । ସେମାନଙ୍କର ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି ଡାକ୍ତର ।

ମୃତକଙ୍କ ମଧ୍ୟରେ ୩ଜଣ ପୁରୁଷ, ୩ଜଣ ମହିଳା, ୩ଜଣ ଶିଶୁ ଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ପ୍ରଶାସନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି । ସେହିପରି ଉନ୍ନାଓରେ ପ୍ରବଳ ବର୍ଷା ଯୋଗୁଁ ଏକ କଚ୍ଚା ଘର ଭାଙ୍ଗି ୩ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ଥିବା ବେଳେ ତାଙ୍କ ମା’ ଆହତ ହୋଇଛନ୍ତି ।