ସ୍ୱାମୀଙ୍କ ନାମରେ ମହିଳାମନ୍ତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ, କହିଲେ ମୋ ସହିତ କରୁଛନ୍ତି ଏଭଳି କାମ

397

କନକ ବ୍ୟୁରୋ : ୫ ରାଜ୍ୟର ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କ ଅଜବ ପ୍ରତିକ୍ରିୟା ସେତିକି ଦେଖିବାକୁ ମିଳୁଛି । ଉତ୍ତର ପ୍ରଦେଶ ବିଜେପି ସରକାରରେ ମନ୍ତ୍ରୀଥିବା ସ୍ୱାତୀ ସିଂ ଏବେ ନିଜ ସ୍ୱାମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି କି ଯାହା ଶୁଣିଲେ ଆପଣ ଭାବିବେ ମଞ୍ଚରେ ନେତା ଓ ମନ୍ତ୍ରୀମାନେ ଦେଉଥିବା ଭାଷଣ ସେମାନେ ତାଙ୍କର ବାସ୍ତବ ଜୀବନରେ ଏହାକୁ କେତେ ବିନିଯୋଗ କରନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓରେ ମନ୍ତ୍ରୀ ସ୍ୱାତୀ ସିଂ ଜଣେ ବ୍ୟକ୍ତିଙ୍କ ସହ ଫୋନରେ କଥାବାର୍ତ୍ତା ବେଳେ କହୁଛନ୍ତି କି ତାଙ୍କ ସ୍ୱାମୀ ଦୟାଶଂକର ସିଂ ଖରାପ ବ୍ୟବହାର କରୁଛନ୍ତି । କେବଳ ସେତିକି ନୁହେଁ ଏହି ଅଡିଓରେ ସ୍ୱାତୀ ତାଙ୍କ ସ୍ୱାମୀଙ୍କ ବିରୋଧରେ କହୁଛନ୍ତି କି ଦୟାଶଂକର ତାଙ୍କୁ ମାରପିଟ କରୁଛନ୍ତି । ଏହି ଅଡିଓ ଭାଇରାଲ ହେବା ପରେ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ରାଜି ହୋଇ ନାହାଁନ୍ତି ସ୍ୱାତୀ ସିଂ ।

କହିରଖୁ କି ଯୋଗୀଙ୍କ କ୍ୟାବିନେଟରେ ସ୍ୱାତୀ ସିଂ ମହିଳା ଓ ବାଳ ବିକାଶ ମନ୍ତ୍ରୀ ଅଛନ୍ତି । ସେ ସରୋଜିନୀ ନଗର ଆସନରୁ ପୂର୍ବ ନିର୍ବାଚନରେ ବିଧାୟକ ଭାବେ ବିଜୟୀ ହୋଇଥିଲେ ଓ ଚଳିତ ନିର୍ବାଚନରେ ବି ସେ ସେହି ଆସନରୁ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଛନ୍ତି । ହେଲେ ଏହି ଆସନରୁ ଟିକେଟ ପାଇବାକୁ ସ୍ୱାତୀଙ୍କ ସ୍ୱାମୀ ଦୟାଶଂକର ବି ଦାବିଦାର ଥିଲେ । ଗୋଟିଏ ଆସନରୁ ଟିକେଟ ପାଇବାକୁ ସ୍ୱାତୀ ଓ ଦୟାଶଂକର ଦାବିଦାର ଥିବା ବେଳେ ସ୍ୱାତୀଙ୍କୁ ଦଳ ଟିକେଟ ଦେଇଛି । ଏହାକୁ ନେଇ ଉଭୟଙ୍କ ସଂପର୍କରେ ଫାଟ ହୋଇଥିବା ଅନୁମାନ କରାଯାଉଛି ।

କହିରଖୁ କି ପ୍ରଥମେ ଦୟାଶଂକର ସେହି ଆସନରୁ ବିଜୟୀ ହୋଇଥିଲେ । ହେଲେ ସେ ବିଧାୟକ ଥିବା ବେଳେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଦଳରୁ ନିଲମ୍ବିତ ହୋଇଥିଲେ ।