ଏସବିଆଇ ଗ୍ରାହକଙ୍କ ପାଇଁ ଜରୁରୀ ଖବର । ଆରମ୍ଭ ହେଲା ନୂଆ ସର୍ଭିସ୍ । ଜାଣନ୍ତୁ ଏହାର ଫାଇଦା ।

731

କନକ ବ୍ୟୁରୋ: ଏବେ ଚାରିଆଡେ କରୋନାର ତୃତୀୟ ଲହର ଭୟ । କେହି କୁଆଡେ ଯିବାକୁ ଡରୁଛନ୍ତି । କିଛି ଗୁରୁତ୍ୱପୂର୍ଣ୍ଣ ସେବା ପାଇଁ ବାହାରକୁ ବାହାରିବାକୁ ବାଧ୍ୟ ହେଉଛନ୍ତି ଲୋକେ । ହେଲେ ଏନେଇ ଲୋକଙ୍କୁ ଆଶ୍ୱସ୍ତ କରିଛି ଭାରତର ସବୁଠୁ ବଡ ଜାତୀୟ ବ୍ୟାଙ୍କ ଏସବିଆଇ । ଏସବିଆଇ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଏକ ନୂଆ ସେବା  । ଯାହାଦ୍ୱାରା  ଏହି ବ୍ୟାଙ୍କର ଗ୍ରାହକମାନେ ଅତି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବାବଦରେ ଜାଣିପାରିବେ ।

ଏସବିଆଇ ଦେଇଛି ‘‘Stay safe at home’’ର ସ୍ଲୋଗାନ୍ । ଗ୍ରାହକ କିପରି ଘରେ ସୁରକ୍ଷିତ ରହି ବ୍ୟାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଘରୁ ହିଁ କରିପାରିବେ ସେଥିପାଇଁ ଏସବିିଆଇ ଆରମ୍ଭ କରିଛି ଏକ ନୂଆ ସର୍ଭିସ୍ । ନିଜ ଗ୍ରାହକଙ୍କ ପାଇଁ ଜାରି କରିଛି ଏକ ଟୋଲଫ୍ରି ନମ୍ବର । ଟୋଲ ଫ୍ରି ନମ୍ବର ୧୮୦୦ ୧୨୩୪ ଜରିଆରେ ଗ୍ରାହକମାନେ ବ୍ୟାଙ୍କକୁ ନଯାଇ ଘରେ ନିଜର ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ କାର୍ଯ୍ୟ କରିପାରିବେ ।

ଭାରତୀୟ ଷ୍ଟେଟବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ଏହି ଟୋଲଫ୍ରି ନମ୍ବରରେ କଲ୍ କରି ଗ୍ରାହକ ନିଜ ଆକାଉଣ୍ଟ ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ । ଆସନ୍ତୁ ଜାଣିବା ଏହି ନମ୍ବର ଆଧାରରେ ଗ୍ରାହକ ପାଉଥିବା ଅନ୍ୟାନ୍ୟ ସୁବିଧା ବାବଦରେ ।

ଏସବିଆର ଏହି ଟୋଲ ଫ୍ରି ନମ୍ବର ଜରିଆରେ ଆପଣ ନିଜର ବ୍ୟାଙ୍କ ବାଲାନ୍ସ ଜାଣିପାରିବେ ।

ଏସବିଆଇର ଟୋଲ ଫ୍ରି ନମ୍ବର ୧୯୦୦ ୧୨୩୪ ରେ ମ୍ୟାସେଜ କରି ଆପଣ ନିଜର ପୂର୍ବ ୫ଟି ଟ୍ରାନଜାକ୍ସନ୍ ବାବଦରେ ସବିଶେଷ ବିବରଣୀ ପାଇପାରିବେ ।

ଏହି ନମ୍ବର ଜରିଆରେ ଆପଣ ନିଜର ଏଟିଏମ କାର୍ଡ ବ୍ଲକ କରିପାରିବେ ।

କେବଳ ଏତିକି ନୁହେଁ ଏହି ଟୋଲ ଫ୍ରି ନମ୍ବରରେ କଲ କରି ଆପଣ ଏଟିଏମ କାର୍ଡ ପାଇଁ ଆବେଦନ କରିପାରିବେ ।

ଏହାସହ ଏହି ନମ୍ବର ସହାୟତାରେ ଆପଣ ଘରେ ବସି ନୂଆ ଏଟିଏମ କାର୍ଡର ପିନ୍ ନମ୍ବର ଜେନେରଟ କରିପାରିବେ ।

କିନ୍ତୁ ମନେ ରଖନ୍ତୁ କୌଣସି ଏଟିଏମ କାର୍ଡକୁ ବ୍ଲକ କରିବା ପରେ ଯାଇ ନୂଆ କାର୍ଡ ପାଇଁ ଆପ୍ଲାଏ କରିପାରିବେ, ଯାହାସବୁ ଆପଣ ଏହି ନମ୍ବରରେ କଲ କରି କରିପାରିବେ ।

ଏସବିଆଇ ଗ୍ରାହକମାନେ  ଉପରୋକ୍ତ ସମସ୍ତ ସୁବିଧା ଏହି ଟୋଲ ଫ୍ରି ନମ୍ବରରେ କଲ କରି କିମ୍ବା ମ୍ୟାସେଜ କରି ପାଇପାରିବେ ।