କୋର୍ଟରୁ ଦୋଷୀ ସାବ୍ୟସ୍ଥ ହେବା ପରେ ଫେରାର ହୋଇଗଲେଯୋଗୀଙ୍କ କ୍ୟାବିନେଟ ମନ୍ତ୍ରୀ । ଜାଣନ୍ତୁ କଣ ରହିଛି ମାମଲା

478

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ଯୋଗୀ ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ରାକେଶ ସଚାନଙ୍କୁ ନେଇ ଏବେ ଅଡୁଆରେପଡିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୂଚନା ମୁତାବକ ଏକ ମାମଲାରେ କାନପୁର କୋର୍ଟ ରାକେଶ ସଚାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାପରେ ସେ କୋର୍ଟ ଅଦେଶର ମୂଳକପି ଧରି କେଉଁଆଡେ ଫେରାର ହୋଇଯାଇଥିବା କଥା କୁହାଯାଉଛି ।

ଏହାପରେ କିଛି ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ତାଙ୍କ ଘରୋଇ ଆବାସ ଓ ସରକାରୀ ଆବାସରେ ଅନେକ ଖୋଜା ଖୋଜି କରିବା ପରେ ବି ତାଙ୍କର କିଛି ସନ୍ଧାନ ମିଳିନାହିଁ । ସେପଟେ କୁହାଯାଉଛି ଯେ ସେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ହେଲେ ଏବେ ସେ କେଉଁଠି ଅଛନ୍ତି ଓ କାହିଁକି ଲୁଚିଛନ୍ତି ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ ।

କହିରଖୁ କି ରାକେଶ ସଚାନ ପ୍ରଥମେ ୧୯୯୩ ମସିହାରେ ସମାଜବାଦୀ ପାର୍ଟିରୁ ଘାଟପୁର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାସହ ସେ ୨୦୦୨ ମସିହାରେ ମଧ୍ୟ ସମାନ ଆସନରୁ ବିଧାୟକ ଜିତିଥିଲେ । ୨୦୦୯ ଲୋକସଭା ନିର୍ବାଚନରେ ସେ ସମାଜବାଦୀ ପାର୍ଟି ଛାଡି କଂଗ୍ରେସ ଟିକେଟରୁ ଫତେହପୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପୁଣି ୨୦୨୨ ବିଧାନସଭା ନିର୍ବାଚନରେ ସେ କଂଗ୍ରେସ ଛାଡି ବିଜେପିରୁ ବିଧାୟକ ହୋଇଥିଲେ । ଏବେ ସେ ଯୋଗୀଙ୍କ ସରକାରରେ ଖଦି ଓ ଗ୍ରାମୋଦ୍ଦ୍ୟୋଗ ମନ୍ତ୍ରୀ ଅଛନ୍ତି ।