ନେଦରଲ୍ୟାଣ୍ଡର ସୁପର ମ୍ୟାନ୍ । ଉଡନ୍ତା ହେଲିକପ୍ଟରରୁ ପୁଲଅପ୍ସ କରି ରଚିଲେ ଗିନିଜ୍ ୱର୍ଲ୍ଡ ରେକର୍ଡ

139

କନକ ବ୍ୟୁରୋ: ନିଜ ଫିଟନେସକୁ ନେଇ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଯୁବକ ଏବେ ଆଉ ଏକ କାରଣକୁ ନେଇ ଚର୍ଚ୍ଚାରେ । ଏଥର ଉଡନ୍ତା ହେଲିକପ୍ଟରରେ ୨୫ଥର ପୁଲଅଫ୍ସ ମାରି ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି ନେଦରଲ୍ୟାଣ୍ଡର ଯୁବକ ଷ୍ଟେନ୍ ବ୍ରାଉନି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।

ହେଲିକପ୍ଟରରୁ ପୁଲଅପ୍ କରିବାକୁ ସେ ଅଭ୍ୟାସ କରିଥିଲେ । ଏଥିପାଇଁ ଏକ ହେଲିକପ୍ଟର ଯୋଗାଡ କରିବାକୁ ସେ ଏବଂ ତାଙ୍କର ଜଣେ ବନ୍ଧୁଙ୍କୁ ବହୁ କଷ୍ଟ କରିବାକୁ ପଡିଥିଲା । ଶେଷରେ ଏକ ହେଲିକପ୍ଟର ଭଡାରେ ମିଳିଥିଲା । ତେବେ ବିଭିନ୍ନ ଫିଟନେସ୍ ଭିଡିଓ ଜରିଆରେ ଷ୍ଟ୍ରେନ ବ୍ରାଉନି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ । ଏହି ଭିଡିଓ ଅପଲୋଡ କରିବା ପରେ ତାଙ୍କୁ ଭୂୟସୀ ପ୍ରଶଂସା ମିଳୁଛି ।