ଏଇଠି ପାଳନ ହେବ ଛାଡପତ୍ର ଉତ୍ସବ, ପ୍ରସ୍ତୁତି ଦେଖି ହୋଇଯିବେ ଚକିତ

352

କନକ ବ୍ୟୁରୋ : ଆପଣମାନେ ଅନେକ ଉତ୍ସବ ଓ ସମାରୋହରେ ଯୋଗ ଦେଇଥିବେ । ଯେମିତି କି, ବାହାଘର, ବ୍ରତଘର, ମେଳା ଇତ୍ୟାଦି । ହେଲେ ଆପଣ କେବେ ଦେଖିଛନ୍ତି କି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ର ହେବା ପରେ ଏହାକୁ ନେଇ କେହି ଉତ୍ସବ ମନାଇଥାନ୍ତି । ହେଲେ ଏବେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରେ ପ୍ରଥମଥର ପାଇଁ ବିବାହ ବିଚ୍ଛେଦ ଉତ୍ସବ ଆୟୋଜନ କରାଯାଉଛି ।

ଏଭଳି ଆୟୋଜନ ଭୋପାଳର ଭାଇ ୱେଲଫେୟାର ସୋସାଇଟି ପକ୍ଷରୁ କରାଯାଉଛି । ଏନେଇ ସୋସାଇଟି ତରଫରୁ ଏକ ସୁନ୍ଦର ନିମନ୍ତ୍ରଣ କାର୍ଡ ବଣ୍ଟା ଯାଉଛି । ଏହି କାର୍ଡଟି ପୁରା ବିବାହ କାର୍ଡ ଭଳି ହୋଇଛି । ଏହି କାର୍ଡ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ସେପ୍ଟେମ୍ବର ୧୮ ତାରିଖରେ ଏହି ବିବାହ ବିଚ୍ଛେଦ ଉତ୍ସବ ଅନୁଷ୍ଠିତ ହେବ । ଏଠାରେ ବିବାହ ବିଛେଦ ହୋଇଥିବା ଲୋକମାନେ ଖୁସି ମନାଇବାକୁ ଆସିବେ ବୋଲି କୁହାଯାଇଛି ।

ଏହି ଉତ୍ସବ ପୁରା ବିବାହ ଉତ୍ସବର ବିପରିତ ଭାବେ ପାଳନ କରାଯିବ । ଏଠାରେ ଯୋଗ ଦେବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଏହି ଉତ୍ସବର ଉର୍ଦ୍ଦେଶ୍ୟ ରହିଛି କି ଯେଉଁମାନେ ଛାଡପତ୍ର ପ୍ରକ୍ରିୟାରେ ଅନେକ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ ସେମାନଙ୍କ ଛାଡପତ୍ର ହୋଇସାରିବେ ପରେ ସେମାନେ ଏଠାକୁ ଆସି ଖୁସି ମନାଇପାରିବେ ।