ବିହାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶାନ୍ତ କିଶୋରଙ୍କ କଟାକ୍ଷ: କହିଲେ, ନୀତିଶଙ୍କୁ ବ୍ରାଣ୍ଡ ଆମ୍ବାସଡ଼ର କରୁ ଫେଭିକଲ କମ୍ପାନୀ

114

କନକ ବ୍ୟୁରୋ: ଗତକାଲିର ମିତ୍ର ଆଜି ପରସ୍ପର ବିରୋଧରେ ବୟାନବାଜୀ କରୁଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏଭଳି କିଛି ଦେଖିବାକୁ ମିଳିଛି । ଏନଡିଏ ସହ ନୀତିଶ ମେଂଟ ଭାଙ୍ଗି ନୂଆ ମେଂଟ ଗଠନ କରିବା ସହ ବିହାରରେ ନୂଆ କରି ସରକାର ଗଠନ କରିଛନ୍ତି । ଏହାକୁ ନେଇ ନୀତିଶଙ୍କୁ କଟାକ୍ଷ କରିଛନ୍ତି ପ୍ରଶାନ୍ତ କିଶୋର । ପ୍ରଶାନ୍ତ କହିଛନ୍ତି ବିହାରରେ ଅନେକ ମେଂଟ ଗଢିଛି ଓ ଭାଙ୍ଗିଛି । ହେଲେ ମୁଖ୍ୟମନ୍ତ୍ରୀଙ୍କ ଆସନ ଓ ନୀତୀଶ କୁମାରଙ୍କ ମଧ୍ୟରେ ସଂପର୍କ ଭାଙ୍ଗିନି । ଏହା କେବଳ ନୀତୀଶଙ୍କ ଦ୍ୱାରା ସମ୍ଭବ ହୋଇଛି । ଫେଭିକଲ କମ୍ପାନୀ ନୀତିଶଙ୍କୁ ବ୍ରାଣ୍ଡ ଆମ୍ବାସେଡର କଲେ ବେଶ ଫାଇଦାରେ ରହିବ ବୋଲି ପ୍ରଶାନ୍ତ କହିଛନ୍ତି । ଅନ୍ୟପଟେ ପ୍ରଶାନ୍ତ ଏକଥା ମଧ୍ୟ କହିଛନ୍ତି କି ଆଗାମୀ ବିହାର ବିଧାନସଭା ନିର୍ବାଚନ ବେଳକୁ ନୀତିଶ ଓ ୭ ଦଳଙ୍କ ମେଂଟ ସରକାରରେ ବଡ ପରିବର୍ତନ ଆଶଙ୍କା ରହିଛି । ହୁଏତ ନୀତୀଶଙ୍କ ମନ ବଦଳିପାରେ ଓ ମେଂଟ ବି ପରିବର୍ତନ ହୋଇପାରେ । ପ୍ରଶାନ୍ତଙ୍କ ବୟାନର ପାଲଟା ଜବାବ ରଖିଛି ଜେଡିୟୁ । ପ୍ରଶାନ୍ତ ବିଜେପିରେ ମିଶିବା ପାଇଁ ଆଗ୍ରହୀ । ତେଣୁ ଏଭଳି ବୟାନବାଜୀ କରୁଥିବା ଜେଡିୟୁ କହିଛି ।