ଜମୁଛି ରଙ୍ଗ ଖେଳର ଆସର : ହୋଲି ଖେଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

134

କନକ ବ୍ୟୁରୋ : ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ହୋଲି ବନ୍ଧୁ ମିଳନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, ବିଜେପି ଦଳର ବିଧାୟକ ଓ ସାଂସଦ ଯୋଗ ଦେଇଥିଲେ । ସମସ୍ତେ ମିଶି ପରସ୍ପରକୁ ରଙ୍ଗ ଲଗାଇ ହୋଲି ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ବିଜେପି ନେତା ଓ କର୍ମୀମାନେ ଗୀତର ତାଳେ ତାଳେ ମଧ୍ୟ ଝୁମିଛନ୍ତି ।

ସେପଟେ, ହୋଲି ଖେଳିଲେ ଭୁବନେଶ୍ୱର ମେୟର । ମେୟର ସୁଲୋଚନା ଦାସ ସଫେଇ କର୍ମୀଙ୍କ ସହ ମିଶି ହୋଲି ଖେଳିଛନ୍ତି । ପରସ୍ପର ଭିତରେ ରଙ୍ଗ ଅବିର ଲଗାଇ ଖୁସି ମନାଇଛନ୍ତି । ନାଚ ଓ ଗୀତରେ ଝୁମିଛନ୍ତି ସଫେଇ କର୍ମୀ ଓ ମେୟର । ରଙ୍ଗର ପର୍ବ ହୋଲି ଓ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି ମେୟର ସୁଲୋଚନା ଦାସ ।