ଅଘୋଷିତ ବିଦ୍ୟୁତ କାଟ୍, ସନ୍ତୁଳି ହେଉଛି ସାରା ଓଡ଼ିଶା । ରାଜ୍ୟ ସରକାର ଓ ଟାଟା ପାୱାର ଉପରେ ବର୍ଷିଲେ ବିରୋଧୀ । ଜେନେରେଟର କାହିଁ ବୋଲି ପଚାରିଲେ ମନ୍ତ୍ରୀ

286

କନକ ବ୍ୟୁରୋ: ଗୋଟିଏ ପଟେ ଆକାଶରୁ ଅଗ୍ନିବର୍ଷା, ଅନ୍ୟପଟେ ତୁହାକୁ ତୁହା ପାୱାର କଟ୍ ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି । ପୂର୍ବରୁ ପଶ୍ଚିମ, ଉତରରୁ ଦକ୍ଷିଣ ସବୁଠୁ ଆସୁଛି ବିଦ୍ୟୁତକାଟର ବିକଳ ଚିତ୍ର । ସବୁଠି ଯନ୍ତ୍ରଣା ବଢାଉଛି ଅଘୋଷିତ ବିଜୁଳି କାଟ୍ । ଅଭିଯୋଗ ହେଉଛି, ଲୋକେ ହନ୍ତସନ୍ତ ହେଉଥିବା ବେଳେ ଶକ୍ତିମନ୍ତ୍ରୀ ପାୱାର କଟ୍ କାହାକୁ କୁହାଯିବ, ଏ ନେଇ ପାଠ ପଢ଼ାଇବାରେ ବ୍ୟସ୍ତ । ସେହିପରି ବିତରଣ କମ୍ପାନୀ ଟାଟା ପାୱାର ଉପରେ ବି ବର୍ଷିଛନ୍ତି ଲୋକେ ।

  • ସାରା ରାଜ୍ୟରେ ବିଜୁଳି କାଟ୍
  • ଜନଜୀବନ ଅସ୍ତବ୍ୟସ୍ତ

ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଘନ ଘନ ବିଜୁଳି କାଟ ଯୋଗୁଁ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ଉପକୂଳରୁ ଉପାନ୍ତ ସବୁଠି ଏକାଅବସ୍ଥା । ଥରେ କରେଣ୍ଟ ଗଲେ, କେତେବେଳେ ଆସିବ, ଜାଣିବା ମୁସ୍କିଲ ହୋଇଯାଉଛି । ଗୋଟିଏ ପଟେ ଆକାଶରୁ ଅଗ୍ନିବର୍ଷା ହେଉଛି, ଅନ୍ୟପଟେ ତୁହାକୁ ତୁହା ପାୱର କଟ୍ ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି । ଦିନ ଦ୍ୱିପହର ହେଉ କି ରାତି ଅଧ, ଘଣ୍ଟା ଘଣ୍ଟା ଧରି କଟି ଯାଉଛି ବିଜୁଳି । ବିନା ସୂଚନାରେ ଲାଇନ୍ କଟି ଯାଉଥିବାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଅଭିଯୋଗ ହେଉଛି, ଲୋକେ ହନ୍ତସନ୍ତ ହେଉଥିବା ବେଳେ ଶକ୍ତିମନ୍ତ୍ରୀ ପାୱାର କଟ୍ କାହାକୁ କୁହାଯିବ, ଏ ନେଇ ପାଠ ପଢ଼ାଇବାରେ ବ୍ୟସ୍ତ । ସେହିପରି ବିତରଣ କମ୍ପାନୀ ଟାଟା ପାୱାର ଉପରେ ବି ବର୍ଷିଛନ୍ତି ଲୋକେ ।

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠୁ ଆସୁଛି ବିଦ୍ୟୁତକାଟର ଚିତ୍ର । ପ୍ରବଳ ଗରମ ସାଙ୍ଗକୁ ତୁହାକୁ ତୁହା ବିଦ୍ୟୁତକାଟ ହେବା ଯୋଗୁଁ ନାହିଁ ନଥିବା ସମସ୍ୟାରେ ପଡୁଛନ୍ତି ଲୋକେ । ଏପରିକି ଦିନକୁ ୫-୬ ଘଣ୍ଟା ବିଜୁଳି କଟୁଥିବା ଅଭିଯୋଗ ମଧ୍ୟ ଆସୁଛି । ଘର ଭିତରେ ରହିବା ସମ୍ଭବ ହେଉନଥିବାରୁ ବାହାରେ ବୁଲୁଛନ୍ତି ଲୋକେ । ବ୍ରହ୍ମପୁରରେ ରାତିରେ ଘଂଟାଘଂଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିବା ପରେ ଅସନ୍ତୋଷ ପ୍ରକାଶ ପାଇଛି । ପିପିଲିରେ ସମାନ ଅବସ୍ଥା । ଅଘୋଷିତ ବିଜୁଳି କାଟରେ ଅତିଷ୍ଠ ହୋଇ ରାସ୍ତାକୁ ଓହ୍ଳାଇଲେଣି ଲୋକେ । ବଲାଙ୍ଗୀର ହେଉ କି ପଦ୍ମପୁର, ଚାନ୍ଦବାଲି ହେଉ କି ବିଂଝାରପୁର ସବୁଠି ତେଜୁଛି ଜନ ଅସନ୍ତୋଷ ।

ଗୋଟିଏ ପଟେ ଜନ ଅସନ୍ତୋଷ ତେଜୁଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ଟାଟା ପାୱାର ପ୍ରତି ସରକାରଙ୍କ ଏତେ ଅନୁକମ୍ପା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ସେପଟେ କାଳବୈଶାଖୀ ହେଲେ ବିଜୁଳି କଟିବ ଏବଂ ସଜାଡିବାକୁ ସମୟ ଲାଗିବ ବୋଲି ଯୁକ୍ତି ବାଢ଼ିଛନ୍ତି ସଂସ୍କୃତି ମନ୍ତ୍ରୀ । ତାଙ୍କ ଘରେ କିପରି ସାରା ରାତି ଲାଇନ ଆସିନଥିଲା, ଏହି ଉଦାହରଣ ଦେଇଛନ୍ତି ଅଶ୍ୱିନୀ ପାତ୍ର ।