ରୁଷ ଉପରେ ଭାରି ପଡୁଛି ୟୁକ୍ରେନ : ମସ୍କୋ ଅଧିକୃତ ଅଞ୍ଚଳ ଉପରେ କିଭର ଜୋରଦାର ଆକ୍ରମଣ; ବିଚଳିତ ପୁଟିନ, ବଢ଼ିଲା ପରମାଣୁ ଯୁଦ୍ଧ ଆଶଙ୍କା

195

କନକ ବ୍ୟୁରୋ : ଧମାକାଦାର ଆକ୍ରମଣରେ ଥରୁଛି ୟୁକ୍ରେନ୍ । ଜୋରଦାର୍ ବିସ୍ଫୋରଣରେ ଜଳୁଛି ଋଷ ଅଧିକୃତ ଅଞ୍ଚଳ । ଋଷ ଉପରେ ଘମାଘୋଟ ଆକ୍ରମଣ କରୁଛି ୟୁକ୍ରେନ ସେନା । ଋଷ ସହିତ ଭୟଙ୍କର ସାମରିକ ଲଢେଇ ପାଇଁ ପ୍ରସ୍ତୁତ ହେଇ ସାରିଛି ୟୁକ୍ରେନ । ଯୁଦ୍ଧଭୂମୀରେ ମୁହାଁମୁହିଁ ସଂଗ୍ରାମ କରିବା ପାଇଁ ଆମେରିକା ସମେତ ଅନ୍ୟ ପଶ୍ଚିମୀ ରାଷ୍ଟ୍ର ଗୁଡିକରୁ ଯୁଦ୍ଧାସ୍ତ୍ର ଏକାଠି କରୁଛି ୟୁକ୍ରେନ । ଆମେରିକାର ସାମରିକ ସହାୟତା ୟୁକ୍ରେନ ସେନାକୁ ଆହୁରି ଅଧିକ ଆକ୍ରମଣକାରୀ କ୍ଷମତା ପ୍ରଦାନ କରିଛି । ଫିନଲ୍ୟାଣ୍ଡ ମଧ୍ୟ ୟୁକ୍ରେନ ଯୁଦ୍ଧ ପାଇଁ ୟୁକ୍ରେନ ସରକାରକୁ ସାମରିକ ଆର୍ଥିକ ପ୍ୟାକେଜ୍ ପ୍ରଦାନ କରିଛି ।

ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି ରୁଷ ୟୁକ୍ରେନ ଯୁଦ୍ଧ । ଏହି ଯୁଦ୍ଧକୁ ଆହୁରି ଅଧିକ ମଜବୁତ୍ ଢଙ୍ଗରେ ଲଢିବା ପାଇଁ ତୟାର ହେଉଛି ୟୁକ୍ରେନ । ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକର ସାମରିକ ମେଳି ରୁଷ ସାମରିକ ଶକ୍ତି ପାଇଁ ବଡ ବିପଦ ହେବାରେ ଲାଗିଛି । ପାଖାପାଖି ୨୫୦ କୋଟି ଡଲାରର ସାମରିକ ସହାୟତା ପ୍ୟାକେଜ୍ ଅନ୍ତର୍ଗତ ଭୟଙ୍କର ଆମେରରିକାନ୍ ଯୁଦ୍ଧ ସାମଗ୍ରୀ, ୟୁକ୍ରେନକୁ ଭୟଙ୍କର ଆକ୍ରମଣ କରିବାକୁ ଶକ୍ତି ଯୋଗାଇଛି ।

ଖାଲି ସେତିକି ନୁହେଁ ରୁଷ ୟୁକ୍ରେନ ଯୁଦ୍ଧରେ ୟୁକ୍ରେନକୁ ସମର୍ଥନ କରୁଥିବା ଆମେରିକା ସମେତ ଅନ୍ୟ ନାଟୋ ଦେଶ ସହିତ ସାମିଲ ହେଇଛି ବ୍ରିଟେନ୍ । ଆମେରିକା ପରି ଫିନ୍ଲ୍ୟାଣ୍ଡ ମଧ୍ୟ ୟୁକ୍ରେନ ସେନା ପାଇଁ ସାମରିକ ଆର୍ଥିକ ସହାୟତା ଘୋଷଣା କରିଛି । ଋୁଷ ୟୁକ୍ରେନ ଯୁଦ୍ଧ ଭିତରେ ରୁଷ ବିପକ୍ଷରେ ସାମରିକ ମେଳି ବାନ୍ଧିବାରେ ଲାଗିଛନ୍ତି ପଶ୍ଚିମୀ ରାଷ୍ଟ୍ର । ଜର୍ମାନୀରେ ୫୦ଟି ଦେଶର ଗୁରୁତ୍ୱପୂର୍ଣ୍ଣ ବୈଠକ । ୟୁକ୍ରେନ ସେନାକୁ ଆହୁରି ଅଧିକ ଶକ୍ତିଶାଳୀ କରିବାକୁ ସାମରିକ ପ୍ରସ୍ତୁତି । ଏହି ପ୍ରସ୍ତୁତିକୁ ଆହୁରି ଅଧିକ ଜୋରଦାର କରାଯାଇଛି ।

ୟୁକ୍ରେନକୁ ଯୁଦ୍ଧ ସହାୟତା

୯୦ଟି ଷ୍ଟ୍ରାଇକର ଯୁଦ୍ଧ ଯାନ
୫୯ଟି ବ୍ରାଡ୍ଲି ଇନଫ୍ୟାଂଟ୍ରି ଯୁଦ୍ଧ ଯାନ
ଆଭେଂଜର ଏୟାର ଡିଫେନ୍ସ ସିଷ୍ଟମ
ଛୋଟ ବଡ ଅନେକ ପ୍ରକାର ଯୁଦ୍ଧାସ୍ତ୍ର
ୟୁକ୍ରେନ ପାଇଁ ଯୋଗାଇ ଦେଇଛି ଆମେରିକା
ୟୁକ୍ରେନକୁ ଫିନଲାଣ୍ଡ ଦେବ ସାମରିକ ପ୍ୟାକେଜ୍
୪୦୦ ନିୟୁତ ୟୁରୋ ଦବା ପାଇଁ ଘୋଷଣା କରିଛି ଫିନଲାଣ୍ଡ

ଭୟଙ୍କର ଆକ୍ରମଣ ମୁଦ୍ରାରେ ୟୁକ୍ରେନ । ଚିନ୍ତାରେ ପଡିଯାଇଛି ମସ୍କୋ । ରୁଷ ବିରୁଦ୍ଧରେ ପାଶ୍ଚାତ୍ୟ ଦେଶ ଗୁଡିକର ସାମରିକ ମେଳି ସହ, ୟୁକ୍ରେନକୁ ସାମରିକ ସହାୟତାର ସୁଅ କ୍ରେମଲିନ ସେନା ପାଇଁ ଚିନ୍ତାର କାରଣ ପାଲଟିଛି । କୌଣସି ବଡ ଆକ୍ରମଣ ଆଶଙ୍କାରେ ମସ୍କୋରେ ଏୟାର ଡିଫେନ୍ସ ସିଷ୍ଟମକୁ ମୁତୟନ କରି ସାରିଛି ରୁଷ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘର ନିକଟରୁ ୧୦ କିଲୋମିଟର ଭିତରେ ନିୟୋଜିତ କରାଯାଇଛି ଏୟାର ଡିଫେନ୍ସ ସିଷ୍ଟମ ୟୁନିଟ୍ ।

ଯାହାକୁ ବାୟୁସୀମାରେ ଆସୁଥିବା କୌଣସି ଆକ୍ରମଣକିୁ ପ୍ରତିହତ କରିବା ଲକ୍ଷ୍ୟରେ ନିୟୋଜିତ କରାଯାଇଛି । ଅନ୍ୟ ପଟରେ ଯାହା ଖବର ମିଳୁଛି ବର୍ତ୍ତମାନ ରୁଷ ସେନା ଉପରେ ଆକ୍ରମଣ କରିବାକୁ ଯୁଦ୍ଧଟ୍ୟାଙ୍କ ବାହିନୀକୁ ବେଶୀ ମାତ୍ରାରେ ବ୍ୟବହାର କରିବାକୁ ଚାହୁଁଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମେର ଜେଲେନସ୍କି । ଅତ୍ୟାଧୁନିକ ଯୁଦ୍ଧ ଟ୍ୟାଙ୍କ ସହାୟତାରେ ରୁଷ ସେନାକୁ ଛିନଛତ୍ର କରିବାକୁ ଯୋଜନା ପ୍ରସ୍ତୁତ କରିଛି ୟୁକ୍ରେନ ।