ୟୁକ୍ରେନରୁ ଫେରିଥିବା ଭାରତୀୟ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଏଣିକି ପରିକ୍ଷାର୍ଥୀ ନିଜ ଦେଶରେ ରହି ଦେଇପାରିବେ ପରୀକ୍ଷା

1,160

କନକ ବ୍ୟୁରୋ: ୟୁକ୍ରେନ ଫେରନ୍ତା ଭାରତୀୟ ମେଡିକାଲ ଛାତ୍ର ଏବେ ଭାରତରେ ଦେଇପାରିବେ ପରୀକ୍ଷା । ରୁଷ-ୟୁକ୍ରେନ ଯୁୂଦ୍ଧ ପାଇଁ ୟୁକ୍ରେନରୁ ପଳାଇ ଆସିଥିବା ଭାରତୀୟ ମେଡିକାଲ ଛାତ୍ର ଏବେ ସେମାନଙ୍କ ଶେଷ ପରୀକ୍ଷାକୁ ନେଇ ଦ୍ୱନ୍ଦ ରହିଥିବା ବେଳେ ଏନେଇ ୟୁକ୍ରେନ ପକ୍ଷରୁ ସଷ୍ଟ କରିଦିଯାଇଛି । ଭାରତ ଗସ୍ତରେ ଆସିଥିବା ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଏମିନୋ ଝାପାରୋଭା ଏନେଇ ସୂଚନା ଦେଇଛନ୍ତି । ନିଜ ଦେଶରେ ଛାତ୍ରଙ୍କୁ ୟୁନାଇଟେଡ ଷ୍ଟେଟ୍ କ୍ୱାଲିଫିକେସନ୍ ଏକଜାମ୍ ଦେବା ପାଇଁ ୟୁକ୍ରେନ ଅନୁମତି ଦେବ । ଏହା ଦ୍ୱାରା ୧୪ ହଜାର ଭାରତୀୟ ଛାତ୍ର ଉପକୃତ ହୋଇପାରିବେ ।