ଇତିହାସ ରଚିଲା କୋଲକାତା ମେଟ୍ରୋ: ନିର୍ମାଣ କଲା ନଦୀ ତଳେ ପ୍ରଥମ ମେଟ୍ରୋ ଟ୍ରେନ୍

771

କନକ ବ୍ୟୁରୋ: ଇତିହାସ ରଚିଲା କୋଲକାତା ମେଟ୍ରୋ । ଦେଶର ପ୍ରଥମଥର ଅଣ୍ଡରୱାଟର ମେଟ୍ରୋ ଟ୍ରେନ ଭାବେ ନଦୀ ତଳେ ଗତି କରି ରେକର୍ଡ କଲା କୋଲକତା ମେଟ୍ରୋ । ବୁଧବାର ଏହାର ପ୍ରଥମ ପରୀକ୍ଷଣ ସଫଳତା ସହ ଶେଷ ହୋଇଛି । କୋଲକତା ହୁଗୁଳି ନଦୀର ଏକ ଅଣ୍ଡର ୱାଟର ଟନେଲ ଦେଇ କେନ୍ଦ୍ରୀୟ କୋଲକତାର ଏସପ୍ଲାନେଡକୁ ସଂଯୋଗ କରୁଛି ଏହି ମେଟ୍ରୋ । ପରୀକ୍ଷଣ ବେଳେ କୋଲକାତା ମେଟ୍ରୋର ବରିଷ୍ଠ ଅଧିକାରୀ ଓ ଦକ୍ଷ ଇଞ୍ଜନିୟର ଉପସ୍ଥିତ ଥିଲେ । ପ୍ରଥମ ୭ ମାସ ଏସପ୍ଲାନେଡରୁ ହାୱଡା ଯାଏଁ ପରୀକ୍ଷାମୂଳକ ଭାବେ ଅଣ୍ଡରଗ୍ରାଉଣ୍ଡ ସେବା ଯୋଗାଇବ ଏହି ମେଟ୍ରୋ । ପରୀକ୍ଷଣ ସଫଳ ହେଲେ ଖୁବଶୀଘ୍ର ପାଣି ତଳେ ବ୍ୟବସାୟିକ ଆରମ୍ଭ ହେବ ।

ମାତ୍ର ୪୫ ସେକେଣ୍ଡରେ ହୁଗୁଳି ନଦୀ ଭିତରେ ୫୨୦ ମିଟର ରାସ୍ତା ଅତିକ୍ରମ କରିବ ଏହି ମେଟ୍ରୋ । ଏଥିପାଇଁ ନଦୀ ଶର୍ଯ୍ୟାରୁ ୩୨ ମିଟର ତଳେ ଟନେଲ ନିର୍ମାଣ କରାଯାଇଛି । ସେହିପରି ଟନେଲର ଲମ୍ବ ରହିଛି ସାଢେ ୧୬ କିଲୋମିଟର । ଏହା କାର୍ଯ୍ୟକାରୀ ହେଲେ ହାୱାଡା ଦେଶର ଗଭୀରତମ ମେଟ୍ରୋ ଷ୍ଟେସନ ପାଲଟିବ । ଦେଶର ପ୍ରଥମ ମେଟ୍ରୋ ରେଳ ଭାବେ ୧୯୮୪ ମସିହାରେ କଲିକତାରେ ଆରମ୍ଭ ହୋଇଥିଲା । ପରେ ୨୦୦୨ରେ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଥିଲା ମେଟ୍ରୋ ସେବା । ଏବେ ଅଣ୍ଡରୱାଟର ମେଟ୍ରୋ ଭାବେ ଦେଶରେ ପ୍ରଥମଥର ପାଇଁ ଏହା ଘଟିବାକୁ ଯାଉଛି ।