ମଝି ରାସ୍ତାରେ ହାତୀପଲ୍ଲଙ୍କ ଉତ୍ପାତ । ଘଣ୍ଟା ଘଣ୍ଟା ଧରି ଅଟକି ରହିଲା ଯାନବାହନ । ଯୋଡ଼ା ଗୁରୁବେଡ଼ା ଛକର ଘଟଣା ।

62

କନକ ବ୍ୟୁରୋ: ମଝି ରାସ୍ତାରେ ହାତୀପଲଙ୍କ ଉତ୍ପାତ । ଯୋଡ଼ା ଗୁରୁବେଡ଼ା ଛକରେ ଘଂଟା ଘଂଟା ଧରି ଅଟକି ରହିଲା ଯାନବାହନ । ୧୭ ଟିକିଆ ହାତୀପଲଙ୍କ ଉତ୍ପାତ ଯୋଗୁଁ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଥିଲେ ଯାତ୍ରୀ । ରାସ୍ତାଟି ଜୁରୁଡ଼ି-ବାମେବାରୀକୁ ସଂଯୋଗ କରୁଥିବା ବେଳେ, ଅନ୍ୟପଟେ ଏହି ରାସ୍ତା ଯୋଡ଼ା ସହରକୁ ସଂଯୋଗ କରିଥାଏ ।

ହାତୀଛୁଆକୁ ଧରି ହାତୀପଲ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଲେ ଲୋକେ । ଶେଷରେ ବନ ବିଭାଗ ଘଟଣାସ୍ଥଳରେ ପହଂଚି ହାତୀପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବା ପରେ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା । ସୂଚନା ଅନୁଯାୟୀ, ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ୍ ବୈତରଣୀ-ଏ ସଂରକ୍ଷିତ ଜଙ୍ଗଲରେ ଏହି ୧୭ ଟିକିଆ ହାତୀପଲ ଗତ କିଛି ଦିନ ଧରି ଚଳପ୍ରଚଳ କରୁଥିବା ବେଳେ, ଆଜି ଗୁରୁବେଡ଼ା ଛକ ନିକଟରେ ଦୀର୍ଘ ୨ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ଯାହାକୁ ନେଇ ଆଖପାଖ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।