ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି ସାରାଦେଶ : ଭୁବନେଶ୍ୱର ସିଆଇଏସଏଫ୍ ତରଫରୁ ବାଇକରେ ତ୍ରିରଙ୍ଗା ରାଲି

89

କନକ ବ୍ୟୁରୋ : ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ସାରାଦେଶ ପାଳନ କରୁଛି ଆଜାଦୀ କି ଅମୃତ ମହୋତ୍ସବ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସିଆଇଏସଏଫ୍ ୟୁନିଟ୍ ତରଫରୁ ବାଇକରେ ତ୍ରିରଙ୍ଗା ରାଲିର ଆୟୋଜନ କରାଯାଇଛି । ଲୋକମାନଙ୍କୁ ସଚେତନ କରାଇବା ଓ ମନରେ ଦେଶପ୍ରେମ ଜାଗ୍ରତ ଉଦ୍ଦେଶ୍ୟରେ ଏହି ରାଲି କରାଯାଉଛି । ଭୁବନେଶ୍ୱର ଏୟାରପୋର୍ଟରେ ଥିବା ସିଆଇଏସଏଫ୍ ୟୁନିଟରୁ ଏହି ରାଲି ବାହାରିଥିଲା । ପରେ ଏହି ରାଲି ଓୟୁଏଟି ଛକ, ରାଜଭବନ, ଏଜି ଛକ ଦେଇ ୟୁନିଟକୁ ଫେରିଥିଲା । ବାଇକ୍ ରାଲିରେ ସାମିଲ୍ ହୋଇଥିଲେ ୧୦୦ ଯବାନ ।