ଏଣିକି ଟୟ ଟ୍ରେନରେ ବସି ନନ୍ଦନକାନନ ବୁଲିପାରିବେ ପର୍ଯ୍ୟଟକ । ସୋମବାରରୁ ଶୁକ୍ରବାର ସକାଳ ସାଢେ ୭ରୁ ଅପରାହ୍ନ ସାଢେ ୫ଟା ଯାଏଁ ଖୋଲିବ ପ୍ରାଣୀ ଉଦ୍ୟାନ ।

308

କନକ ବ୍ୟୁରୋ: ଏଣିକି ଟ୍ରେନରେ ବସି ନନ୍ଦନକାନନର ମଜା ନେବେ ପର୍ଯ୍ୟଟକ । ଖୁବଶୀଘ୍ର ନନ୍ଦନକାନନରେ ଗଡିବ ଟୟ ଟ୍ରେନ୍ । ବହୁ ବର୍ଷ ପରେ ପର୍ଯ୍ୟଟକଙ୍କ ପାଇଁ ଏହି ଟୟ ଟ୍ରେନ୍ ଗଡିବ । ଯେଉଁଥିରେ ଭିନ୍ନକ୍ଷମ ଲୋକଙ୍କ ପାଇଁ ମଧ୍ୟ ବସିବାର ସୁବିଧା କରାଯାଇଛି । ତେବେ ଏବେ ଟୟ ଟ୍ରେନର ଟ୍ରାଏଲ ଚାଲିଥିବା ନେଇ ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଟ୍ରେନ୍ କରିଡର ମଝିରେ ସ୍ୱତନ୍ତ୍ର ଅଞ୍ଚଳରେ ହରିଣ ଓ ମୟୂର ରଖାଯିବ । ତା ସହିତ ଟ୍ରେନ୍ ସଫାରୀ ବେଳେ ଏ ସବୁକୁ ଦେଖି ମଜା ଉଠିପାରିବେ ପର୍ଯ୍ୟଟକ ।

ସେପଟେ କୋଭିଡ୍ କଟକଣା ଭିତରେ ନନ୍ଦନକାନନ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଶନିବାର ଓ ରବିବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ । ଅନ୍ୟ ସବୁଦିନ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନକୁ ବୁଲି ଦେଖିପାରିବେ ବୋଲି କୁହାଯାଇଛି । ସୋମ ବାରରୁ ଶୁକ୍ରବାର ସକାଳ ସାଢେ ୭ଟାରୁ ସନ୍ଧ୍ୟା ସାଢେ ୫ଟା ଯାଏଁ ନନ୍ଦନକାନନ ଖୋଲାରହିବ । ସମସ୍ତ ପର୍ଯ୍ୟଟକ ଏହି ସମୟରେ କୋଭିଡ୍ ଗାଇଡଲାଇନ୍ ମାନିବା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ବଟାନିକାଲ ଗାର୍ଡେନ ଖୋଲିବା ନେଇ ମଧ୍ୟ ଗାଇଡଲାଇନ୍ ଜାରି ହୋଇଛି ।