ଶିକ୍ଷା ପାଇଁ କୋରାପୁଟ ଜିଲ୍ଲାକୁ ମିଳିଲା ସଫଳତା । ନୀତି ଆୟୋଗଙ୍କ ଆକାଂକ୍ଷା ରାକିଙ୍ଗ୍ ତାଲିକରେ ପ୍ରଥମ ସ୍ଥାନ ପାଇଲା କୋରାପୁଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଜିଲ୍ଲାପାଳ

846

କନକ ବ୍ୟୁରୋ: ଶିକ୍ଷା କ୍ଷେତ୍ରରେ ବେଶ ଆଗକୁ ବଢିଛି କୋରାପୁଟ ଜିଲ୍ଲା । ନୀତି ଆୟୋଗର ଶ୍ରେଷ୍ଠ ୫ଟି ଆକାଂକ୍ଷା ଜିଲ୍ଳା ତାଲିକାର ଶୀର୍ଷରେ ରହିଛି ପଛୁଆ ଅଞ୍ଚଳ ଭାବେ ପରିଚିତ କୋରାପୁଟ ଜିଲ୍ଳା । ଜୁନ ୨୦୨୧ ସୁଦ୍ଧା ଶିକ୍ଷା କ୍ଷେତ୍ରରେ ସର୍ବାଧିକ ଉନ୍ନତି କରିଛି କୋରାପୁଟ । ଜିଲ୍ଳାରେ ୧୮ଟି ଉଚ୍ଚ ବିଦ୍ୟାଳୟର ଭିତିଭୂମି ସଜଡ଼ା ଯାଇଛି । ପାଠ୍ୟ ପୁସ୍ତକ ସାଙ୍ଗକୁ ଉତ୍ତମ ଶୈକ୍ଷିକ ପରିବେଶ କ୍ଷେତ୍ରରେ ବି ଆଗରେ କୋରାପୁଟ । ସେହିଭିଲ ଅନଲାଇନ୍ ଓ ୟୁ-ଟ୍ୟୁବ ଶିକ୍ଷାଦାନ ସହ ଶତପ୍ରତିଶତ ଶିକ୍ଷକଙ୍କ ଉପସ୍ଥାନ ଭଳି ଅନେକ ଉଲେଖନୀୟ କାର୍ଯ୍ୟ ଶୈଳୀକୁ ନେଇ ନୀତି ଆୟୋଗ ପ୍ରଂଶସା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ ଓ ଉପଦେଶକୁ ଆଧାର କରି କୋରାପୁଟର ଶିକ୍ଷାକ୍ଷେତ୍ରର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମର କରାଯାଇଥିଲା । ଜିଲ୍ଳାର ସମସ୍ତ ସରପଞ୍ଚ ଓ ଅଧିକାରୀଙ୍କ ସହଯୋଗରେ ଶିକ୍ଷାକ୍ଷେତ୍ରରେ ଉନ୍ନତି ଆସିପାରିଛି । ତେଣୁ ଏଭଳି ସଫଳତା ମିଳିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କୋରାପୁଟ ଜିଲ୍ଳାପାଳ । ନୀତି ଆୟୋଗରୁ ସଫଳତା ମିଳିବା ପରେ ଶିକ୍ଷକମାନେ ଖୁସି ଜାହିର କରିଛନ୍ତି । ଆଗାମୀ ଦିନରେ ସ୍କୁଲରେ ଉପସ୍ଥାନ ବଢାଇବା ସାଙ୍ଗକୁ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କୁ ପୁନର୍ବାର ପାଠ ସହ ଯୋଡିବା ନେଇ ଜିଲ୍ଲା ଶିକ୍ଷା ବିଭାଗ ଉଦ୍ୟମ କରୁଛି ।