ବିମାନ ସେବାରେ ଆଗରେ ରହିଛି ଏସବୁ ଦେଶ । ଏସବୁ ଦେଶରେ ରହିଛି ୧ହଜାରରୁ ଅଧିକ ବିମାନ ବନ୍ଦର । ଯାତ୍ରୀଙ୍କ ମିଳୁଛି ବ୍ୟାପକ ସୁବିଧା! ସୌନ୍ଦର୍ଯ୍ୟତା ଯାତ୍ରୀଙ୍କୁ କରୁଛି ଆକର୍ଷିତ

456

କନକ ବ୍ୟୁରୋ : ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଯିବା ଲାଗି ଆକାଶ ପଥ ଉପରେ ନିର୍ଭର କରିଥାନ୍ତି । ଯେଉଁଥି ପାଇଁ ପ୍ରାୟ ସବୁ ଦେଶ ନିଜର ଏୟାରପୋର୍ଟ ଗୁଡ଼ିକର ସୌନ୍ଦର୍ଯ୍ୟିକରଣ କରୁଛନ୍ତି । ଏପରିକି ସମସ୍ତେ ନିଜ ଦେଶରେ ଥିବା ବଡ଼ ବଡ଼ ସହର ଗୁଡ଼ିକରେ ଏୟାରପୋର୍ଟ ମଧ୍ୟ ସ୍ଥାପନ କରିଥାନ୍ତି । ଆମ ଦେଶରେ ମଧ୍ୟ ଏଭଳି ଅନେକ ଆନ୍ତର୍ଜାତୀୟ ବିମାନ ବନ୍ଦର ରହିଥିବାବେଳେ ରାଜ୍ୟରେ ମଧ୍ୟ ଏୟାରପୋର୍ଟ ଉପରେ ଗୁରୁତ୍ୱ ଦିଆଯାଉଛି । କାହିଁକି ନାଁ ବିମାନ ସେବା ହେଉଛି ଏକମାତ୍ର ବିକଳ୍ପ ଯାହା ଗୋଟିଏ ଦେଶକୁ ଅନ୍ୟ ଦେଶ ସହିତ ସଂଯୋଗ କରିଥାଏ । ତେବେ ବିଶ୍ୱରେ ଏଭଳି ୫ଟି ଦେଶ ରହିଛି ଯେଉଁଠି ୧ ହଜାରରୁ ଅଧିକ ଏୟାରପୋର୍ଟ ରହିଛି । ଆଉ ଯଦି ଆନ୍ତର୍ଜାତୀୟ ଏୟାରପୋର୍ଟ କଥା କହିବା ତାହେଲେ ପାଖାପାଖି ଶହେରୁ ଅଧିକ ରହିଛି । ତେବେ ଆସନ୍ତୁ ନଜର ପକାଇବା ଏହିସବୁ ଦେଶ ଉପରେ କେଉଁଠି ରହିଛି କେତେ ଏୟାରପୋର୍ଟ?

ଆମେରିକା: ଏୟାରପୋର୍ଟ କଥା କହିଲେ ପ୍ରଥମେ ଆମେରିକା ନାଁ ଉଠେ । ବିକଶିତ ଦେଶ ଗୁଡ଼ିକ ମଧ୍ୟରେ ମଧ୍ୟ ଆମେରିକାର ନାଁ ଆସେ । ବ୍ୟବସାୟିକ ଦୃଷ୍ଟିକୋଣରୁ ଆମେରିକା ଯାତାୟତ ଉପରେ ଅଧିକ ଗୁରୁତ୍ୱ ଦେଇଥାଏ । ତେବେ ଆମେରିକାରେ ୧୪,୭୧୨ଟି ଏୟାରପୋର୍ଟ ରହିଛି । ଦେଶର ବଡ଼ ବଡ଼ ସହରରେ ଏୟାରପୋର୍ଟମାନ ରହିଛି । ଅନ୍ୟପଟେ ଯଦି ଇଂଟରନ୍ୟାସନାଲ ଏୟାରପୋର୍ଟ କଥା କହିବା ତାହେଲେ ୧୦୨ଟି ରହିଛି ।

ବ୍ରାଜିଲ୍: ଏୟାରପୋର୍ଟ କଥା ଯଦି କହିବା ତାହେଲେ ବ୍ରାଜିଲ୍ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ୪ହଜାର ୯୩ଟି ବିମାନବନ୍ଦର ରହିଥିବାଳେ ୨୩ଟି ଆନ୍ତର୍ଜାତୀୟ ବିମାନବନ୍ଦର ରହିଛି ।
ମେକ୍ସିକୋ: ମେକ୍ସିକୋ ମଧ୍ୟ ବିକଶିତ ଦେଶମାନଙ୍କ ମଧ୍ୟ ଗଣାଯାଏ । ଏୟାରପୋର୍ଟ କଥା ଯଦି କହିବା ତାହେଲେ ଦେଶରେ ୧୭୧୪ ବିମାନବନ୍ଦର ରହିଛି । ଅନ୍ୟପଟେ ଇଂଟରନ୍ୟାସନାଲ ବିମାନବନ୍ଦର ସଂଖ୍ୟା କିନ୍ତୁ ବ୍ରାଜିଲଠାରୁ ଅଧିକ ରହିଛି । ମେକ୍ସିକୋରେ ୩୬ଟି ଇଂଟରନ୍ୟାସନାଲ ବିମାନବନ୍ଦର ରହିଛି ।

କାନାଡ଼ା: କାନାଡ଼ାରେ ୧୪୬୭ଟି ବିମାନବନ୍ଦର ରହିଛି । ବିମାନବନ୍ଦର ତାଲିକାର ଚତୁର୍ଥ ସ୍ଥାନରେ ଆସିଥାଏ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆଉ ପରିଷ୍କାର ପରିଛନତା ଯାତ୍ରୀଙ୍କୁ ଆକର୍ଷିତ କରିଥାଏ । ଦେଶରେ ଥିବା ବିଭିନ୍ନ ସ୍ପଟ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଥାଏ । ପ୍ରତିବର୍ଷ ଲକ୍ଷାଧିକ ଯାତ୍ରୀମାନେ କାନାଡ଼ା ଭ୍ରମଣଯାଇଥାନ୍ତି । ମୁଖ୍ୟତଃ ଏଠାକାର ପ୍ରାକୃତିକ ପରିବେଶର ମଜା ଉଠାଇଥାନ୍ତି ପର୍ଯ୍ୟଟକ ।

ଋଷ: ଋଷରେ ସମୁଦାୟ ୧୨୧୮ଟି ବିମାବନ୍ଦର ରହିଛି । ଯଦିଓ ବିମାନବନ୍ଦର ସଂଖ୍ୟାରେ ଋଷ ପଂଚମ ସ୍ଥାନରେ ରହିଛି ତଥାପି ଆନ୍ତର୍ଜାତୀୟ ବିମାନବନ୍ଦର କଥା ଯଦି କହିବା ତାହେଲେ ଦ୍ୱିତୀୟ ସ୍ଥାନରେ ରହିଛି ଋଷ । ମସ୍କୋରେ ଥିବା ଗୋଟିଏ ମଧ୍ୟମ ଏବଂ ଦୁଇଟି ପ୍ରମୁଖ ବିମାନବନ୍ଦର ରହିଛି ଯାହାକି ବର୍ଷକୁ ୮୦ ମିଲିୟନରୁ ଅଧିକ ଯାତ୍ରୀଙ୍କୁ ନିୟନ୍ତ୍ରଣ କରିଥାଏ ।