ଆସନ୍ତାକାଲି ଝାରସୁଗୁଡା ଭୋଟ୍ । ବିଧାୟକ ବାଛିବେ ୨ ଲକ୍ଷରୁ ଅଧିକ ଭୋଟର । ସେପଟେ ଦିନକ ପୂର୍ବରୁ ଆସିଲା ଶାଢ଼ି ବଣ୍ଟା ଅଭିଯୋଗ ।

253

କନକ ବ୍ୟୁରୋ: ଆସନ୍ତାକାଲି ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପଡିବ ଭୋଟ୍ । ହେଲେ ଆଜି ସାଇଲେଣ୍ଟ ପିରିଅଡରେ ନିର୍ବାଚନ ଆଚରଣବିଧି ଉଲଂଘନ ହୋଇଥିବାର ଆସିଛି ଅଭିଯୋଗ । କୋଲାବିରା ବ୍ଲକର ଜମିଦାରପଡାରେ ଅଟୋରେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଶାଢୀ ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି ।

  • କିଏ କରୁଛି ଆଚରଣବିଧି ଉଲ୍ଲଙ୍ଘନ?
  • ଭୋଟ ଦିନକ ପୂର୍ବରୁ ବଣ୍ଟାଯାଉଛି ଶାଢି!

ଝାରସୁଗୁଡା ଉପନିର୍ବାଚନ ପାଇଁ ରାତି ପାହିଲେ ପଡିବ ଭୋଟ୍ । ଏବେ ଚାଲିଛି ସାଇଲେଣ୍ଟ ପିରିୟଡ । ଆଉ ଏହି ସମୟରେ କୋଲାବିରା ବ୍ଲକର ଜମିଦାରପଡାରେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଶାଢୀ ବଣ୍ଟାଯାଉଥିବା ଅଭିଯୋଗ ହୋଇଛି । ଖବର ଅନୁସାରେ, ଏକ ଅଟୋରେ ଏହି ଶାଢୀ ଆସିଥିଲା । ତେବେ ସ୍ଥାନୀୟ ଲୋକେ ଅଟୋକୁ ଜବତ କରିବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ ଶାଢୀଙ୍କୁ ଜବତ କରି ଛାନଭିନ କରୁଛି । ଯେକୌଣସି ନିର୍ବାଚନରେ ପ୍ରଚାର ସରିବା ପରେ ଅନ୍ଧାରି ବିଜେ ହେବା କଥା ନଜର ଆସିଥାଏ । ଏବେ କିନ୍ତୁ ଦିନରେ ଶାଢୀ ବଣ୍ଟଯିବା ଅଭିଯୋଗ ଝାରସୁଗୁଡା ରାଜନୀତିକୁ ସରଗରମ କରିଛି ।

  • କାଲି ଭୋଟ୍ ଦେବ ଝାରସୁଗୁଡା
  • ବିଧାୟକ ବାଛିବେ ଭୋଟର

ରାତି ପାହିଲେ ଝାରସୁଗୁଡାରେ ପଡିବ ଭୋଟ୍ । ଉପନିର୍ବାଚନ ପାଇଁ ସରିଛି ପ୍ରସ୍ତୁତି । ଝାରୁସୁଗୁଡାର ସମସ୍ତ ବୁଥରେ ପୋଲିଂ ପାର୍ଟି ଇଭିଏମ ସହ ପହଞ୍ଚିିଯାଇଛନ୍ତି । ଆଜି ୨୬ଟି ପିଙ୍କ ବୁଥରେ ମହିଳା ପୁଲିଂ ପାର୍ଟ ବି ପହଞ୍ଚିିଛନ୍ତି । କାଲି ସକାଳ ୭ଟାରୁ ଝାରସୁଗୁଡାରେ କଡା ସୁରକ୍ଷାରେ ଭୋଟଗ୍ରହଣ ହେବ ।

  • ମୋଟ୍ ୨୫୩ ବୁଥରେ ୨ ଲକ୍ଷ ୨୧ ହଜାର ଭୋଟର ମତାଧିକାର ସାବ୍ୟସ୍ତ କରିବେ
  • ୧୪୪ ବୁଥରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ମୁତୟନ ରହିବେ
  • ସବୁ ବୁଥରେ ଶହେ ପ୍ରତିଶତ ୱେବ କାଷ୍ଟିଙ୍ଗ ହେବ
  • ୬୯ଟି ସ୍ଥାନରେ ୧୧୬ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି
  • ଇଭିଏମ ଖରାପ ହେଲେ ମରାପତି ପାଇଁ ହାଇଦ୍ରାବାଦରୁ ଇଞ୍ଜିନିୟର ଆସିଛନ୍ତି
  • ୬୯ ବୁଥରେ ମାଇକ୍ରୋ ଅବଜରଭର ରଖାଯାଇଛି
  • ଦିବ୍ୟାଙ୍ଗଙ୍କ ଭୋଟଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
  • ଭୋଟ ବେଳେ ଡ୍ରୋନ ସର୍ଭିଲାନ୍ସ କରାଯିବ

ଭୋଟ ପାଇଁ ମାତ୍ର କେଇଘଣ୍ଟା ବାକି ଥିବାରୁ କଡା ସୁରକ୍ଷା ବଳୟରେ ରହିଛି ପୁରା ଝାରସୁଗୁଡା ନିର୍ବାଚନମଣ୍ଡଳୀ । କାଲି ଭୋଟଗ୍ରହଣ ପରେ ୧୩ ତାରିଖରେ ନୂଆ ବିଧାୟକ ପାଇବ ଝାରସୁଗୁଡା ।